ଓସ୍କାର ନିର୍ଦ୍ଦେଶକ ମୁନା ପାତ୍ରଙ୍କ ଜାମିନ ନାମଞ୍ଜୁର

0 16

କଟକ : ଓସ୍କାର ଚିଟଫଣ୍ଡ ମାମଲାରେ ସଂସ୍ଥାର ନିର୍ଦ୍ଦେଶକ ମୁନା ପାତ୍ରଙ୍କ ଜାମିନ କଟକ ସ୍ୱତନ୍ତ୍ର ଅଦାଲତ ଖାରଜ କରିଛନ୍ତି। ପୂର୍ବରୁ ଦୁଇ ଥର ତାଙ୍କ ଜାମିନ ଖାରଜ ହୋଇଥିବା ବେଳେ ତୃତୀୟ ଥର ପାଇଁ ସେ ଆବେଦନ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ। ଉଲ୍ଲେଖଯୋଗ୍ୟ, ଓସ୍କାର ଠକେଇ ମାମଲାରେ ନିର୍ଦ୍ଦେଶକ ମୁନା ପାତ୍ର ୨୦୧୫ରେ ଗିରଫ୍‌ ହୋଇଥିବା ବେଳେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ୨୦୧୬, ଜୁନ୍‌ ୧୦ରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ନୂଆ ଦିଲ୍ଲୀରୁ ଗିରଫ କରିଥିଲା। ଅନ୍ୟ ନିର୍ଦ୍ଦେଶକମାନେ ୨୦୧୬ ଜୁନରେ ଗିରଫ ହୋଇଥିଲେ।

ଆଶୀର୍ବାଦ ମଲ୍ଟି ପରପୋଜ୍‌ ନିର୍ଦ୍ଦେଶକଙ୍କ ଜାମିନ ଖାରଜ

କଟକ : ଆଶୀର୍ବାଦ ମଲ୍ଟିପରପୋଜ୍‌ କୋ-ଅପରେଟିଭର ନିର୍ଦ୍ଦେଶକ ସୁବାସ ଶ୍ରୀଚନ୍ଦନଙ୍କ ଜାମିନ ଆବେଦନ କଟକ ସ୍ୱତନ୍ତ୍ର ଅଦାଲତ ଖାରଜ କରିଛନ୍ତି। ତଦନ୍ତରୁ ତାଙ୍କ ବିରୋଧରେ ପ୍ରମାଣ ମିଳିଛି ଓ ଏହି ମାମଲାରେ ଚାର୍ଜସିଟ ଦାଖଲ ସରିଛି ବୋଲି ଜାମିନ ଆବେଦନକୁ ବିରୋଧ କରି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ ମହାନ୍ତି ଦର୍ଶାଇଥିଲେ। ମାମଲାର ବିବରଣୀରୁ ପ୍ରକାଶ, ଆଶୀର୍ବାଦ ସଂସ୍ଥା ଜମାକାରୀଙ୍କ ପ୍ରଲୋଭନ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ସଂଗ୍ରହ କରି ଆଉ ଧରାଛୁଆଁ ଦେଇ ନଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରି ସଂସ୍ଥାର ପଦାଧିକାରୀଙ୍କୁ ଗିରଫ କରିବା ସହିତ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.