ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିସନ ନିଯୁକ୍ତ ହେଲେ ସ୍ୱତନ୍ତ୍ର ଓକିଲ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାଶ କମିସନଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ହାଇକୋର୍ଟର ଜଣେ ଦକ୍ଷତା ସଂପନ୍ନ ଓ ଅନୁଭବୀ ଆଇନଜୀବୀଙ୍କୁ ନିଯୁକ୍ତି ଦେଇଛନ୍ତି। ହାଇକୋର୍ଟର ଆଇନଜୀବୀ ଅଯୋଧ୍ୟା ରଂଜନ ଦାଶଙ୍କୁ କମିସନଙ୍କ ଓକିଲ ଭାବେ ନିଯୁକ୍ତି ଦିଆଯାଇଛି ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଚାବି ହଜିବା ପ୍ରସଂଗରେ କମିସନଙ୍କ ନିକଟରେ ଅଗଷ୍ଟ ୭ ତାରିଖ କିମ୍ବା ତା ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର