ମରୁଡ଼ିଗ୍ରସ୍ତ ଚାଷୀଙ୍କୁ ସ୍ବତନ୍ତ୍ର ପ୍ୟାକେଜ୍‌

ଅଣ ଜଳସେଚିତ ଜମିକୁ ହେକ୍ଟର ପିଛା ୬, ୮୦୦ ଟଙ୍କା
ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦
ବର୍ଷସାରା ଫସଲ କ୍ଷେତ୍ରରେ ହେକ୍ଟର ପ୍ରତି ୧୮ ହଜାର
କ୍ଷତିଗ୍ରସ୍ତ ଚାଷୀଙ୍କୁ ଖଜଣା ଓ ଜଳକର ଛାଡ଼

ଭୁବନେଶ୍ବର : ପୂର୍ବରୁ ତିତଲି ପ୍ରଭାବିତ ଚାଷୀଙ୍କୁ ପ୍ୟାକେଜ େଦଇ ଖୁସି କରିଥିେଲ ସରକାର। ଆସନ୍ତାକାଲି ବିଧାନସଭା ଅଧିେବଶନ ପୂର୍ବରୁ ମରୁଡି ପ୍ରଭାବିତ ଚାଷୀଙ୍କୁ ସନ୍ତୁଷ୍ଟ କରିବା ଲାଗି ରାଜ୍ୟ ସରକାର ଆଜି ସ୍ବତନ୍ତ୍ର ପ୍ୟାକେଜ େଘାଷଣା କରିଛନ୍ତି। ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ପ୍ୟାକେଜ ରୂପରେଖ ସଂପର୍କରେ ଜଣାଇଛନ୍ତି।।

ମରୁଡି କାରଣରୁ ୩୩ ପ୍ରତିଶତ ବା ଅଧିକ ଫସଲ ନଷ୍ଟ ହୋଇଥିଲେ ପ୍ରଭାବିତ ଚାଷୀଙ୍କୁ ସହାୟତା ରାଶି ମିଳିବ। ଅଣ ଜଳସେଚିତ ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଦିଆଯିବ। ସେହିଭଳି ନିଶ୍ଚିତ ଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୧୩ ହଜାର ୫୦୦ଟଙ୍କା ଏବଂ ବର୍ଷସାରା ଫସଲ େହଉଥିବା ଜମି େକ୍ଷତ୍ରରେ ହେକ୍ଟର ପ୍ରତି ୧୮ ହଜାର ଟଙ୍କାର ସହାୟତା ରାଶି େଘାଷଣା କରିଛନ୍ତି ସରକାର। େତବେ ବର୍ଷସାରା ଫସଲ େହଉଥିବା ଜଣେ ଚାଷୀକୁ ୨୦୦୦ ଟଙ୍କା ଓ ଏକ ଫସଲି େକ୍ଷତ୍ରରେ ୧୦୦୦ ଟଙ୍କା ସର୍ବନିମ୍ନ ଇନପୁଟ ସବସିଡି ପ୍ରଦାନ କରିବାକୁ େଘାଷଣା କରାଯାଇଛି।

େକବଳ େସତିକି ନୁେହଁ, ୩୩ ପ୍ରତିଶତ ବା ତଦୁର୍ଧ ଫସଲ ହାନି େହାଇଥିବା ଅଞ୍ଚଳରେ ଚାଷୀଙ୍କର ଖଜଣା ଓ ଜଳକର ଛାଡ କରାଯିବ। ଗ୍ରାମାଞ୍ଚଳରେ ମହାଜନୀ କାରବାର କରୁଥିବା ଓ ଚାଷୀଙ୍କୁ ଆର୍ଥିକ େଶାଷଣ କରୁଥିବା ବ୍ୟକ୍ତିଙ୍କ ଉପରେ ଜିଲ୍ଲା ପ୍ରଶାସନକୁ ନଜର ରଖିବାକୁ ନିେର୍ଦଶ ଦିଆଯାଇଛି। ଏଭଳି ଅଭିେଯାଗ ଆସିେଲ େସମାନଙ୍କ ବିେରାଧରେ ଭାରତୀୟ ପିଙ୍ଗଳ ଓ କୋଡ୍ ମନି େଲଣ୍ଡିଂ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂପୃକ୍ତ ଜିଲ୍ଲାର ଏସପି ଦୃଢ କାର୍ଯ୍ୟାନୁଷ୍ଠାନ େନବେ। ପୁଲିସ ଉପନିେର୍ଦଶକ ଏହାର ସମୀକ୍ଷା କରିେବ।

ସରକାର କହିଛନ୍ତି, ୨୦୧୮-୧୯ ରବି ଫସଲ ପାଇଁ ୧ ଲକ୍ଷ ଡାଲି ମିନିକିଟ୍, ୩୦ ହଜାର ତୈଳବୀଜ ମିନିକିଟ୍ ଓ ୨୦ ହଜାର ପନିପରିବା ବିହନ ମିନିକିଟ୍ ପ୍ରଭାବିତ ଚାଷୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ। ଶତକଡ଼ା ୫୦ ଭାଗ ଓ ସର୍ବାଧିକ ୧୫ ହଜାର ଟଙ୍କା ରିହାତିରେ ୩ହଜାର ପାଣି ପମ୍ପ ଏବଂ ୯୦ ପ୍ରତିଶତ ବା ସର୍ବାଧିକ ୫୪ ହଜାର ଟଙ୍କା ରିହାତିରେ ସୌର ଜଳନିଧି ଯୋଜନାରେ ୧ହଜାର ସୌରଚାଳିତ ପାଣି ପମ୍ପ ଯୋଗାଇ ଦିଆଯିବ। ସେହିଭଳି ୫୦ ପ୍ରତିଶତ କିମ୍ବା ସର୍ବାଧିକ ୩ ହଜାର ୮୦୦ଟଙ୍କା ରିହାତିରେ ବ୍ୟାଟେରି ଚାଳିତ ସିଞ୍ଚନ ଯନ୍ତ୍ର ପ୍ରଦାନ କରାଯିବ।

୩୩ ପ୍ରତିଶତ କିମ୍ବା ତା ଠାରୁ ଅଧିକ ଫସଲ ହାନି ହୋଇଥିବା ଅଞ୍ଚଳରେ ୨୦୧୮ ଖରିଫରେ ଦିଆଯାଇଥିବା ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧି ଋଣରେ ପରିବର୍ତ୍ତନ କରାଯିବ। ଏହି ଖରିଫ ସ୍ବଳ୍ପ ଅବଧି ଋଣକୁ ମଧ୍ୟମ ଅବଧି ଋଣ ପରିବର୍ତନ କରିବାର ନିର୍ଧାରିତ ତାରିଖକୁ ମଧ୍ୟ ଆସନ୍ତାବର୍ଷ େସପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି କରାଯିବ।

ଧାର୍ଯ୍ୟ ସମୟରେ ଋଣ ପରିେଶାଧକାରୀ ଚାଷୀଙ୍କୁ ମଧ୍ୟମ ଅବଧି ଋଣ ନିମନ୍ତେ ୩ ପ୍ରତିଶତ ସୁଧ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। େସହିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା କ୍ଷତିଗ୍ରସ୍ତ ଚାଷୀମାନଙ୍କର ବୀମା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ସରକାର େନବେ େବାଲି କୁହାଯାଇଛି। ଏହାସହ ମରୁଡ଼ି ପ୍ରଭାବିତ ଗ୍ରାମପଞ୍ଚାୟତ ଗୁଡ଼ିକର ବାସହୀନ ଚାଷୀମାନଙ୍କ ଜୀବନଜୀବିକା ସହାୟତା ଭାବେ ୨୦ହଜାର ବ୍ୟକ୍ତିଙ୍କୁ ବାଡ଼ିରେ କୁକୁଡ଼ା ଚାଷ ନିମନ୍ତେ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସରକାର କହିଛନ୍ତି, ମନରେଗା ଅଧୀନରେ ଜଳ ଅମଳ ପ୍ରକଳ୍ପ, ଡାଇଭରସନ୍ େଵର, ପଙ୍କ ଉଦ୍ଧାର କାର୍ଯ୍ୟ ପଞ୍ଚାୟତିରାଜ ବିଭାଗ ଦ୍ବାରା କରାଯିବ। ମନରେଗା ଅଧୀନରେ ଅତିରିକ୍ତ ୫୦ ଶ୍ରମଦିବସ ସୃଷ୍ଟି କରାଯିବ।

ସମ୍ବନ୍ଧିତ ଖବର