ଶ୍ରୀମନ୍ଦିର ସୁରକ୍ଷା ଯୋଜନା ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ଥଇଥାନ ନେଇ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି । ବିସ୍ଥାପିତଙ୍କୁ ଜମି ମିଳିବା ଯାଏଁ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ସହାୟତା ପ୍ରଦାନ କରିବେ ସରକାର । ସେହିପରି ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡ଼ିକୁ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା ସହାୟତା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି |

ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ, ମଠ, ଲଜ ଅଧିଗ୍ରହଣ, ଦୋକାନ ଗୃହ ଅଧିଗ୍ରହଣ ସହାୟତା, ବାସଗୃହ ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ସହାୟତା, ପୁନର୍ବାସ ଯୋଜନା ବାବଦରେ ବଡ ଘୋଷଣା କରାଯାଇଛି | ପୁନର୍ବାସ ଯୋଜନାରେ ବିସ୍ଥାପିତ ପରିବାର ତିନିଟି ଇଛାଧିନ ସହାୟତା ମଧରୁ ଯେ କୌଣସି ଗୋଟିଏକୁ ବାଛିପାରିବେ |

ଏହି ତିନିଟି ସହାୟତା ହେଉଛି ପ୍ରଥମରେ ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ, ଦ୍ଵିତୀୟରେ ମନ୍ଦିରଠାରୁ ୧.୫ କିମି ଅଞ୍ଚଳ ମଧ୍ୟରେ ୫୨୦ ବର୍ଗଫୁଟ୍‌ର ଘର ପାଇପାରିବେ କିମ୍ବା ତୃତୀୟରେ ମନ୍ଦିରଠାରୁ ୨ କିମି ଅଞ୍ଚଳ ମଧ୍ୟରେ ୪୦X୨୫ ଫୁଟ୍‌ର ଜାଗା ପାଇପାରିବେ | ତେବେ ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡା ସହାୟତା ପାଇବେ ନାହିଁ |

ସମ୍ବନ୍ଧିତ ଖବର