ଏସ୍‌ସିବିରେ ଦୀପାବଳି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

0 50

କଟକ : ଦୀପାବଳିରେ କୌଣସି ପ୍ରକାର ଅଘଟଣର ମୁକାବିଲା ପାଇଁ କଟକ ବଡ ମେଡିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ, ସର୍ଜରୀ, ଚକ୍ଷୁ, ଇଏନ୍‌ଟି, ସ୍କିନ୍, ପଲ୍ୟୁମୁନାରୀ ବିଭାଗର ଡାକ୍ତରମାନଙ୍କୁ ସଜାଗ ରହିବା ପାଇଁ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି। କାଜୁଆଲିଟିରେ ସ୍ବତନ୍ତ୍ର କଂଟ୍ରୋଲ ରୁମ୍ ଖୋଲାଯିବ। ଯାହାଫଳରେ ଆହତ ରୋଗୀମାନେ ପ୍ରାଥମିକ ଓ ଅନ୍ୟନ୍ୟ ଚିକିତ୍ସା ସଂପର୍କୀତ ପରାମର୍ଶ ଓ ଚିକିତ୍ସା ପାଇପାରିବେ ବୋଲି ରାଜ୍ୟ ନୋଡାଲ ଅଫିସର(ବର୍ଣ୍ଣ) ପ୍ରଫେସର ଡାକ୍ତର ଅରୁଣ କୁମାର ଚୌଧୁରୀ ସୂଚନା ଦେଇଛନ୍ତି। ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ସ୍ବତନ୍ତ୍ର ଓପିଡି ଖୋଲାଯିବା ସହ ଏଥିରେ ୩ଟି ବେଡ଼୍‌ର ବ୍ୟବସ୍ଥା ରହିବ। ତା’ ସହିତ ଆଶୁଚିକିତ୍ସା କେନ୍ଦ୍ର, ଟ୍ରମା ୱାର୍ଡ, ଟ୍ରମା ଆଇସିୟୁରେ ଅଧିକ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ମୁତୟନ କରାଯାଇଥିବା ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.