ଶୀତକାଳୀନ ଛୁଟିରେ ପୁରୀ-ସାଇନଗର ଶିରିଡ଼ି ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ଯାତ୍ରୀମାନଙ୍କ ଦାବିକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଶୀତକାଳୀନ ଛୁଟିରେ ପୁରୀ-ସାଇନଗର ଶିରିଡ଼ି ମଧ୍ୟରେ ଭାୟା ସମ୍ବଲପୁର ହୋଇ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନଂ-୦୮୪୨୯ ପୁରୀ-ସାଇନଗର ଶିରିଡ଼ି ସ୍ବତନ୍ତ୍ର ଟ୍ରେନ୍ ଡିସେମ୍ବର ୪ରୁ ଡିସେମ୍ବର ୨୫ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। ଏହା ପ୍ରତି ବୁଧବାର ମଧ୍ୟାହ୍ନ ୧୨ଟାରେ ପୁରୀରୁ ବାହାରି ଶିରିଡ଼ିରେ ରାତି ୮ଟାରେ ପହଞ୍ଚିବ। ସେହିପରି ଟ୍ରେନ୍ ନଂ ୦୮୪୩୦ ସାଇନଗର ଶିରିଡ଼ି-ପୁରୀ ସ୍ବତନ୍ତ୍ର ଟ୍ରେନ୍ ଡିସେମ୍ବର ୬ରୁ ଡିସେମ୍ବର ୨୭ତାରିଖ ପର୍ଯ୍ୟନ୍ତ ଶିରିଡ଼ି ସାଇନଗରରୁ ରାତି ୧୨ଟା ୪୫ରେ ବାହାରି ପୁରୀରେ ଶନିବାର ପୂର୍ବାହ୍ନ ୧୧ଟାରେ ପହଞ୍ଚିବ। ଏହି ଟ୍ରେନ୍‌ରେ ଏସି ୩ଟାୟାର ୪ଟି, ସ୍ଲିପର୍ କ୍ଲାସ୍ ୯ଟି, ସାଧାରଣ ଦ୍ବିତୀୟ ଶ୍ରେଣୀ ୩ଟି, ଗାର୍ଡ ତଥା ଲଗେଜ୍‌ ଭ୍ୟାନ୍ ୨ଟି ଉପଲବ୍ଧ ହେବ। ଏହି ଟ୍ରେନ୍ ପୁରୀ ଓ ସାଇନଗର ଶିରିଡ଼ି ମଧ୍ୟରେ ଉଭୟ ଦିଗରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ବର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢ଼ାଖୋଲା, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ, ମହାସମୁନ୍ଦ, ଲାଖୋଲୀ, ରାୟପୁର, ଦୁର୍ଗ, ଗୋନ୍ଦିଆ, ନାଗପୁର, ୱାର୍ଦ୍ଧା, ବଡ଼ନେରା, ଅକୋଲା, ସିଗାଁଓ, ଭୁସାବଲ ଏବଂ ମନମାଡ଼ ଷ୍ଟେସନରେ ରହଣି କରିବ।

ସମ୍ବନ୍ଧିତ ଖବର