ମରୁଡ଼ିସ୍ଥିତିର ଅନୁଧ୍ୟାନ ପାଇଁ ବଲାଙ୍ଗୀରରେ ଏସଆରସି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ମରୁଡ଼ି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିସନର(ଏସଆରସି) ବିଷ୍ଣୁପଦ ସଠୀ ବଲାଙ୍ଗୀର ଗସ୍ତ କରିଛନ୍ତି। ଏସଆରସି ଶ୍ରୀ ସେଠୀ ଜଳସମ୍ପଦ ଓ କୃଷି ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ମରୁଡ଼ି ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶ୍ରୀ ସେଠୀ କେତେକ ମରୁଡ଼ି ଅଞ୍ଚଳ ଗସ୍ତ କରି ଚାଷୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର