ପୁଣି ଫେସ୍‌ବୁକ୍‌ରେ ଶ୍ରୀଜିଉଙ୍କ ଫଟୋ

ପୁରୀ : ଶ୍ରୀମନ୍ଦିର ପରିସରରେ ଉଠିଥିବା ଫଟୋ ପୁଣି ଥରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ନିକଟ ଅତୀତରେ ଏକାଧିକ ବଙ୍ଗୀୟ ଭକ୍ତଙ୍କ ସମେତ ଜଣେ ସରକାରୀ ଅଧିକାରୀ ଫେସ୍‌ବୁକ୍‌ରେ ଫଟୋ ଅପ୍‌ଲୋଡ୍‌ କରିବା ନେଇ ଚର୍ଚ୍ଚା ପରେ ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ସିଂହାସନରେ ବିଜେ ଦିଅଁଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍‌ ହୋିଥିବା ନେଇ ବିବାଦ ଘନେଇଛି। ସଙ୍କେତ ମିଶ୍ର ନାମକ ଜଣେ ଓଡ଼ିଆ ନୃତ୍ୟଶିଳ୍ପୀ ଏହି ଫଟୋ ଅପଲୋଡ୍‌ କରିଥିବା ଜଣାପଡ଼ିଛି। ଏହା ରତ୍ନ ସିଂହାସନର ଫଟୋ ବୋଲି ମଧ୍ୟ ଏହି ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ଯେଉଁ ଢଙ୍ଗରେ ଏହି ଫଟୋ ଉଠିଛି ତାହା ସମସ୍ତଙ୍କ ଜାଣତରେ ଉଠିଥିବା ପରିଲକ୍ଷିତ ହୋଇଛି। ଏଠାରେ ଏକାଧିକ ଫଟୋ ରହିଥିବା ବେଳେ ଶ୍ରୀମନ୍ଦିର ପରିସରର ମଧ୍ୟ ଫଟୋ ରହିଛି। ଜଣେ ବିଶିଷ୍ଟ ନୃତ୍ୟଶିଳ୍ପୀ ଏଭଳି କାମ କରିବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଘଟଣା ପ୍ରଘଟ ହେବା ପରେ ଶିଳ୍ପୀ ଜଣକ ନିଜ ଫେସବୁକ୍‌ ଆକାଉଣ୍ଟରୁ ଫଟୋଟିକୁ ଡିଲିଟ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର