ବିଳିବିଳେଇଲେଣି ଶ୍ରୀକାନ୍ତ : ରାହୁଲଙ୍କୁ ବିରୋଧ ପାଇଁ ହୁଙ୍କାର

ଗାଁ ଗଣ୍ଡାରେ ବାକ୍ସ ବସାଇ ଜନମତ ଲୋଡିବେ, କଂଗ୍ରେସ ଚେତାଇଲା, ବିଶୃଙ୍ଖଳା କଲେ ବିଦା

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ଇସ୍ତାହାର କମିଟିରୁ କେଂଗ୍ରସ ମୁଖିଆ ରାହୁଲ ଗାନ୍ଧୀ ବିଦା କରିବା ପରେ ବରିଷ୍ଠ କେଂଗ୍ରସ ନେତା ଶ୍ରୀକାନ୍ତ ଜେନା ବିଚଳିତ ହୋଇପଡିଛନ୍ତି। ଏମିତି ଯେ ସବୁ ସୀମା ସରହଦ ଡେଇଁଯାଇ ଯାହା ମନକୁ ଆସିଛି, ତାକୁ ଆଜି ଉଗାଳିଛନ୍ତି। ତାଙ୍କ ମତ ଠିକ୍, ରାହୁଲ ଗାନ୍ଧୀ ଭୁଲ୍, ଏକଥା ପ୍ରମାଣ କରିବା ଲାଗି େଭାଟ ପୂର୍ବରୁ ଗାଁ ଗାଁରେ ମତଦାନ ବାକ୍ସ ବସାଇବେ ବୋଲି ମଧ୍ୟ ପରୋକ୍ଷରେ ଧମକ ଦେଇଛନ୍ତି।

ଏପଟେ ଦଳର ଶୃଙ୍ଖଳା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ବରିଷ୍ଠ ନେତାମାନେ ତାଙ୍କୁ ତାଙ୍କ ସୀମା ଦେଖାଇ ଦେଇଛନ୍ତି। ପରୋକ୍ଷରେ ଜଣାଇ ଦେଇଛନ୍ତି, ବିଶୃଙ୍ଖଳା କଲେ ଦଳରୁ ବିଦା କରି ଦିଆଯିବ। ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତଙ୍କ ବିେରାଧରେ ନେତୃତ୍ବର ଏଭଳି କଠୋର ମନୋଭାବ କେଂଗ୍ରସ ଶିବିରକୁ ଆଶ୍ବସ୍ତ କରିଛି। ଏଥିସହିତ ଶ୍ରୀକାନ୍ତଙ୍କୁ ଦଳରୁ ତଡିବା ଲାଗି ହାଇକମାଣ୍ଡଙ୍କ ଉପରେ ଚାପ ବଢିବାରେ ଲାଗିଛି।

ଆଜି ଶ୍ରୀ ଜେନା ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ, ଏଣିକି ସେ ପଛୁଆ, ଆଦିବାସୀ ଓ ଦଳିତଙ୍କ ପ୍ରତିନିଧିତ୍ବ ପାଇଁ ଲଢ଼ିବେ। ଜାତିବାଦ ପାଇଁ ରାଜ୍ୟରେ ସେ ଜନମତ ସଂଗ୍ରହ ଅଭିଯାନ ଆରମ୍ଭ କରିବେ। ଗାଁ ଗଣ୍ଡାରେ ବାକ୍ସ ବସିବ। ଏଥିସହିତ ସେ ଦୁଇ ପଟ୍ଟନାୟକ ପରିବାର ଉପରେ ବର୍ଷିଥିଲେ। କେଉଁ ଦୁଇ ପରିବାର କଥା ପଚାରିବାରୁ ସେ ନବୀନ ପଟ୍ଟନାୟକ ଓ ସୌମ୍ୟ ପଟ୍ଟନାୟକଙ୍କ ପରିବାର କଥା କହିଥିଲେ।

ଇସ୍ତାହାର କମିଟି ଅଧ୍ୟକ୍ଷ ପଦବିରୁ ବହିଷ୍କୃତ ହୋଇ ସେ ଖୁସି ବୋଲି କହିଥିଲେ ହେଁ, ତାଙ୍କ ଭାଷାରେ ମନ ଭିତର କ୍ରୋଧ ସ୍ପଷ୍ଟ ବାରି େହାଇପଡୁଥିଲା। ତଥାପି ସଂଯମ ରକ୍ଷାକରି ନିଜ ସପକ୍ଷରେ ସଫେଇ ଦେବା ପାଇଁ େସ ଉଦ୍ୟମ କରିଥିଲେ। କହିଥିଲେ, ଗତ ମେ’ ୨ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଚିଠି ଲେଖି ଜନସଂଖ୍ୟାର ୯୪ ପ୍ରତିଶତ ପଛୁଆ, ଆଦିବାସୀ ଓ ଦଳିତ ରାଜନୈତିକ କ୍ଷମତାରୁ ବଞ୍ଚିତ ଥିବାରୁ ସେମାନଙ୍କୁ ରାଜନୈତିକ ପ୍ରତିନିଧିତ୍ବ ପ୍ରଦାନ କରିବାକୁ ଦାବି କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହେଲେ ଜଣେ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଆଦିବାସୀ ଓ ଦଳିତ ବର୍ଗର ଦୁଇଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଉ। ଯଦି ଏହା କରାନଯାଏ ତାଙ୍କୁ ଦାୟିତ୍ବମୁକ୍ତ କରାଯାଉ‌ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଏହା ହିଁ େହାଇଛି।

ବିସ୍ମୟର କଥା ଯେ ଜଣେ କଂଗ୍ରେସ ନେତା ଭାବେ ସେ ବିଜେଡି କିମ୍ବା ବିଜେପି ବିରୁଦ୍ଧରେ ପଦୁଟିଏ କହିନଥିଲେ। ବରଂ କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା େଦବା ଓ ତାଙ୍କର ଦଳ ବିେରାଧୀ ମନ୍ତବ୍ୟକୁ େଖାଲା ସମର୍ଥନ କରିଥିଲେ। ଏହାଦ୍ବାରା ଦଳକୁ ସୁଦୃଢ଼ କରିବାକୁ େସ ପ୍ରଚେଷ୍ଟା କରୁଛନ୍ତି େବାଲି କହିଥିଲେ।

ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରୋକ୍ଷରେ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାବଧାନ କରାଇ ‌ଦେଇଛନ୍ତି। ଦଳ ଭିତରେ ରହି ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି, ସେସବୁ ଅଭିଯୋଗ ପରୀକ୍ଷା କରାଯିବ। ତାହା ସତ୍ୟ ହୋଇଥିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପିସିସି ସଭାପତି ଆହୁରି କହିଛନ୍ତିି, ଇସ୍ତାହାର କମିଟିର ନବ ନିଯୁକ୍ତ ଗଣେଶ୍ବର ବେହେରା ଯୁବକ ଓ ଜ୍ଞାନୀ। ତାଙ୍କର ସାରା ରାଜ୍ୟ ବୁଲି କାମ କରିପାରିବାର ଦକ୍ଷତା ଅଛି ବୋଲି ସେ କହିଛନ୍ତି। ଶ୍ରୀକାନ୍ତ ବରିଷ୍ଠ ଓ ଜ୍ଞାନୀ ହେଲେ ବି ଗଣେଶ୍ବର ଯୁଗୋପଯୋଗୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳ କହିଛନ୍ତି, ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୃଷ୍ଣଚନ୍ଦ୍ର ସଗରିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଦୁଇନେତାଙ୍କୁ ସେ ସୂଚାଇ ଦେଇଛନ୍ତି, ଦଳରେ ବିଶୃଙ୍ଖଳା ସୃଷ୍ଟି କଲେ, କାରଣଦର୍ଶାଅ ନୋଟିସ ଠାରୁ ନିଲମ୍ବନ ଓ ବହିଷ୍କାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ସେହିପରି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ମଧ୍ୟ ଶ୍ରୀକାନ୍ତଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ଛାଟକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତିି।

ସମ୍ବନ୍ଧିତ ଖବର