ରତ୍ନ ଭଣ୍ତାର ଚାବି ହଜିବା ପ୍ରସଙ୍ଗ, ସରକାରଙ୍କ ଯୁକ୍ତି ଉପସ୍ଥାନ ଶେଷ : ଶ୍ରୀମନ୍ଦିର ପ୍ରଶାସନର ମହଲତ ପିଟିସନ ଖାରଜ

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ସୋମବାର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା ଶେଷ ହୋଇଛି। ଆଜି କଟକ ସର୍କିଟ ହାଉସଠାରେ ଜଷ୍ଟିସ ରଘୁବୀର ଦାଶ କମିସନଙ୍କ ଏକାଦଶ ବୈଠକ ବସିଥିଲା। କମିସନଙ୍କ ନିକଟରେ ସରକାରଙ୍କ ପକ୍ଷରୁ ନିଯୁକ୍ତ ଓକିଲ ଅଯୋଧୢା ର˚ଜନ ଦାଶ ଯୁକ୍ତି ଉପସ୍ଥାପନ କରିଥିଲେ। ଏଥି ସହିତ ଶ୍ରୀ ଦାଶ ସରକାରଙ୍କ ତରଫରୁ ଲିଖିତ ଯୁକ୍ତି ଦାଖଲ କରିଥିଲେ। ଆଜି ଶୁଣାଣି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ତରଫରୁ ଆଇନ ପରାର୍ମଶଦାତା ଦାମୋଦର ପଣ୍ତା ଉପସ୍ଥିତ ଥିଲେ। ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଆଇନଜୀବୀ ରାମ ପ୍ରସାଦ ଦାସଙ୍କୁ କମିସନଙ୍କ ନିକଟରେ ଯୁକ୍ତି ଉପସ୍ଥାପନ ପାଇଁ ନିଯୁକ୍ତି ଦିଆଯାଇଥିବା ସ˚ପର୍କରେ ଶ୍ରୀ ପଣ୍ତା କମିସନଙ୍କୁ ଅବଗତ କରିବା ସହିତ ଏ ସ˚ପର୍କତି ନଥି ଦାଖଲ କରିଥିଲେ। ଆଇନଜୀବୀ ଶ୍ରୀ ଦାସଙ୍କୁ ଗତ ୧୨ତାରିଖରେ ସମସ୍ତ କାଗଜପତ୍ର ହସ୍ତାନ୍ତର କରାଯାଇଥିବା ବେଳେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ପାଇଁ ଏକ ସପ୍ତାହ ମହଲତ ଲୋଡା ବୋଲି ଦର୍ଶାଇ କମିସନଙ୍କ ନିକଟରେ ପିଟିସନ୍‌ ଦାଖଲ କରାଯାଇଥିଲା। କମିସନ୍‌ ମହଲତ ପାଇଁ ଦାଖଲ ଏପରି ପିଟିସନକୁ ଅଗ୍ରାହ୍ୟ କରିଥିଲେ। ଏଥି ସହିତ ଅକ୍ଟୋବର ୨୫ ତାରିଖ ସୁଦ୍ଧା ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମହଲତ ଦେଇଛନ୍ତି। ଏହି ସମୟ ମଧୢରେ ଯଦି ଲିଖିତ ଯୁକ୍ତି ଉପସ୍ଥାପନ କରା ଯାଏ ତେବେ କମିସନ ଏହାକୁ ବିଚାରକୁ ନେବେ ବୋଲି କମିସନଙ୍କ ସଚିବ କାଶୀନାଥ ପାଣିିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର