ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା : ନାଟମଣ୍ଡପ ସଂରକ୍ଷଣ ପ୍ରସଙ୍ଗରେ ଆମିକସ୍ କ୍ୟୁରିଙ୍କ ଷ୍ଟାଟସ ରିପୋର୍ଟ ଦାଖଲ

0

କଟକ : ଶ୍ରୀଜଗନ୍ନାଥ ମନ୍ଦିର ନାଟମଣ୍ତପର ସ˚ରକ୍ଷଣ ତଥା ମରାମତି ପ୍ରସ˚ଗରେ ଆମିକସ୍ କ୍ୟୁରି ଇଂଜିନିୟର ଏନ୍.କେ.ମହାନ୍ତି ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ ପାଇଁ ବସା ଯାଇଥିବା ମିଟର ପ୍ରସଂଗରେ ରିପୋର୍ଟରେ ତଥ୍ୟ ଦାଖଲ କରାଯାଇଛି। ମିଟର ରିଡିଂ ଅନୁଧ୍ୟାନ ପାଇଁ ଅଧିକ ସମୟ ଲୋଡା। ଆଇଆଇଟି ମାଡ୍ରାସ ଓ ଅନ୍ୟ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏ ନେଇ ଆଲୋଚନା କରାଯାଇଥିବା ବେଳେ ମିଟର ଦ୍ବାରା ରେକର୍ଡ କରାଯାଉଥିବା ଡାଟାକୁ ତର୍ଜମା କରାଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୪ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଏଏସଆଇ ନାଟ ମଣ୍ଡପରେ ବସାଯାଇଥିବା ମିଟରର ରିଡିଂ ଓ ଏ ସଂପର୍କିତ ଡାଟା ପ୍ରସଂଗରେ ସାନି ତଥ୍ୟ ଉପସ୍ଥାପନ କରିବ। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ ଏବଂ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.