ଖୋଲିଲା ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର, ପ୍ରବେଶ କଲା ଯାଞ୍ଚ ଦଳ

ପୁରୀ: ଦୀର୍ଘ ୩୪ ବର୍ଷ ପରେ ପୁରୀ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନ ଭଣ୍ଡାର ଖୋଲିଛି । ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କ ବ୍ୟତୀତ ଅନ୍ୟ ୧୬ ଜଣ ରତ୍ନ ଭଣ୍ଡାର ମଧ୍ୟରେ ପ୍ରବେଶ କରିଛନ୍ତି । ଏହି ଟିମରେ ପ୍ରତ୍ନତତ୍ତ୍ୱିବିତ, ହାଇକୋର୍ଟଙ୍କ ପ୍ରତିନିଧି, ଗଜପତିଙ୍କ ପ୍ରତିନିଧି, ମୁଖ୍ୟପ୍ରଶାସକ ପି.କେ.ଜେନା, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ରତ୍ନଭଣ୍ଡାର ସବକମିଟି ସଦସ୍ୟ, ଦେଉଳକରଣ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି । ଏହାଛଡା ଦମକଳ ବାହିନୀ ଓ ସ୍ନେକ େହେଲପଲାଇନକୁ ପ୍ରସ୍ତୁତ ରଖାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ନତତ୍ତ୍ୱିବିତମାନେ ସ୍ଥିତି ଯାଞ୍ଚ କରିବେ । ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାଞ୍ଚପରେ ଏହି ପ୍ରାଧିକୃତ ଅଧିକାରୀମାନଙ୍କୁ ଭିତରକୁ ଛଡାଯାଇଛି ।

ତେବେ ଗାମୁଛା ପିନ୍ଧିନଥିବାରୁ ଏସପି ଶ୍ରୀ ଷଡଙ୍ଗୀଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ଫଳରେ ସେ ନାଟମଣ୍ଡପ ପାଖରେ ରହିଯାଇଛନ୍ତି । ଶେଷଥର ପାଇଁ ଗତ ୧୯୮୪ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିଲା ।

ସମ୍ବନ୍ଧିତ ଖବର