ଓଏଏସ୍ ସ୍ତରରେ ଅଦଳବଦଳ : ବଦଳିଲେ ଶ୍ରୀମନ୍ଦିରର ନୀତିପ୍ରଶାସକ

ଭୁବନେଶ୍ବର : ସୋମବାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ବଦଳିଛନ୍ତି ଶ୍ରୀମନ୍ଦିରର ନୀତି ପ୍ରଶାସକ । ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ୍ତ କୁମାର ଦାସଙ୍କୁ ଜଳ ସଂପଦ ବିଭାଗ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ସଚିବ ବିଶ୍ୱଜିତ ବିଶ୍ୱାଳଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

Odisha 360

ଅନ୍ୟପଟେ ସିଡିଆଇ ରବୀନ୍ଦ୍ରନାଥ ମିଶ୍ରଙ୍କୁ କଟକ ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଛି । ଏହାସହ ଘଟଗାଁର ପୂର୍ବତନ ତହସିଲଦାର ପ୍ରମୋଦ ପୃଷ୍ଟି ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିସନରର ଦାୟିତ୍ୱଭାର ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କରିଛନ୍ତି । ସେହିଭଳି କୋରାପୁଟ ଏଡିଏମ ସୁଜାତା ମିଶ୍ରଙ୍କୁ କୋରାପୁଟ ଅତିରିକ୍ତ ଲ୍ୟାଣ୍ଡ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ଏଭଳି ଭାବେ ମୋଟ୍ ୧୬ ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯାଇଛି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଧିବଦ୍ଧଭାବେ ନୋଟିଫିକେସନ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର