୧୯ରୁ ଖୋଲିବ ଏସ୍‌ଟି/ଏସ୍‌ସି ଅଧୀନ ଆବାସିକ ବିଦ୍ୟାଳୟ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟଗୁଡ଼ିକ ଜୁନ୍‌ ୧୯ରେ ଖୋଲିବ। ଏହା ପୂର୍ବରୁ ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ, ଆସିଷ୍ଟାଣ୍ଡ ସୁପରିଟେଣ୍ଡେଣ୍ଟସ୍‌, ଶିକ୍ଷକ, ମାଟ୍ରନ୍‌, ରୋଷେୟା ଏବଂ ଏଏନ୍‌ଏମ୍‌ମାନେ ଜୁନ୍‌ ୧୭ ସୁଦ୍ଧା ପହଞ୍ଚିବାକୁ କୁହାଯାଇଛି। କୌଣସି ଶିକ୍ଷକ/କର୍ମଚାରୀଙ୍କୁ ଛୁଟି ଅନୁମତି ଦିଆଯିବ ନାହିଁ। ଜରୁରୀ ପରିସ୍ଥିତିରେ ଡିଷ୍ଟି୍ରକ୍ଟ ଓ୍ଵଲଫେୟାର ଅଫିସର (ଡିଡବ୍ଲୁଓ)ଙ୍କଠାରୁ ଅନୁମତି ନେଇ ଯାଇପାରିବେ। ଏହି ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଡିଡବ୍ଲୁଓ ଉପରେ ନ୍ୟସ୍ତ ରହିବ। ସ୍କୁଲ ଖୋଲିବା ପରେ ଯଦି କୌଣସି କର୍ମଚାରୀ ବେଆଇନ ଭାବେ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଡବ୍ଲୁଇଓମାନଙ୍କୁ ନିର୍ଦେଶ ଦିଆଯାଇଛି କି ସେମାନେ ଜୁନ୍‌ ୧୯ରୁ ୨୧ ମଧ୍ୟରେ ସେମାନଙ୍କ ଅଧୀନରେ ଥିବା ବିଦ୍ୟାଳୟକୁ ଗସ୍ତ କରିବେ। ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରହିଛି କି ନାହିଁ, ସ୍ୱଚ୍ଛତା ଉପରେ କିଭଳି ଗୁରୁତ୍ୱ ଦିଆଯାଇଛି, ପାନୀୟ ଜଳ ସୁବିଧା କ’ଣ ହୋଇଛି ତାହାର ଯାଞ୍ଚ କରିବେ। ଡିଡବ୍ଲୁଓମାନେ ସମସ୍ତ ଡବ୍ଲୁଇଓ ଓ ପ୍ରଧାନଶିକ୍ଷକମାନଙ୍କୁ ନେଇ ନିୟମିତ ବ୍ୟବଧାନରେ ସ୍କୁଲର ସୁରକ୍ଷା ଉପରେ ସମୀକ୍ଷା କରିବେ।

ସମ୍ବନ୍ଧିତ ଖବର