ସଂରକ୍ଷିତ ବର୍ଗଙ୍କ ପାଇଁ ୧୫ ତାରିଖରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବ ପିସିସି

ଭୁବନେଶ୍ବର : ସାରା ଦେଶରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନ ଦେବା ପାଇଁ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଷଡ଼ଯନ୍ତ୍ର କରୁଛନ୍ତି। ଏହା ବିରୋଧରେ କଂଗ୍ରେସ ଲୋକଙ୍କୁ ସଚେତନ କରିବ। ଏଆଇସିସି ନିର୍ଦ୍ଦେଶରେ ଆସନ୍ତା ୧୫ ତାରିଖରେ ପିସିସି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ଆଜି ସନ୍ଧ୍ୟାରେ ସ୍ଥାନୀୟ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ବୈଠକରେ ପ୍ରଦେଶ କଂଗ୍ରେସ କମିଟି ଓବିସି ସେଲ୍‌ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ, ଓବିସି ସେଲ୍‌ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ଏସ୍‌ଟି ସେଲ୍‌ ଉପାଧ୍ୟକ୍ଷ ବିଦ୍ୟାଧର ଦେହୁରୀ, ଏସ୍‌ସି ସେଲ୍‌ ନେତା ହଳଧର ସେଠୀ, ବିଶ୍ବଭୂଷଣ ଦାସ, ସୋସିଆଲ୍‌ ମିଡିଆ ସେଲ୍‌ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, କୈଳାସ ସାହୁ, ଅମିୟ ପାଣ୍ଡବ, ପ୍ରତିମା ମଲ୍ଲିକ, ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର