ଭୁବନେଶ୍ୱର : ସମ୍ବାଦ ଶିକ୍ଷା ସମୂହ ତଥା ଓଡ଼ିଶାର ପ୍ରମୁଖ ବୈଷୟିକ ମହାବିଦ୍ୟାଳୟ କେଏମ୍ବିବି କଲେଜ ଅଫ୍ ଇଂଜିନିୟରିଂ ଏଣ୍ଡ୍ ଟେକ୍ନୋଲୋଜିଠାରେ ଦୁଇ ଦିନବ୍ୟାପୀ ଏକ ଚାକିରି ମେଳା ଅନୁଷ୍ଠିତ ହୋଇଯାଇଛି। ଆମେନିଟି ଟ୍ରି ଦ୍ୱାରା ଆୟୋଜିତ ତଥା ପ୍ରାୟୋଜିତ ଏହି ମେଳାରେ ଉଭୟ ରାଜ୍ୟ ଏବଂ ଦେଶର ଅନେକ ପ୍ରମୁଖ ସଂସ୍ଥା ଭାଗ ନେଇଥିଲେ। ବୈଷୟିକ ଏବଂ ଅଣବୈଷୟିକ ବିଭାଗରେ ରାଜ୍ୟର ବିଭିନ୍ନ କଲେଜରୁ ସହସ୍ରାଧିକ ଛାତ୍ରଛାତ୍ରୀ ଏହି ଚାକିରି ମେଳାରେ ଭାଗ ନେଇଥିଲେ। ସମସ୍ତ ସଂସ୍ଥାର ମାନବ ସମ୍ବଳ ଅଧିକାରୀମାନେ ଅତ୍ୟନ୍ତ ଶୃଙ୍ଖଳାର ସହିତ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଆମେନିଟି ଟ୍ରିର ନିର୍ଦ୍ଦେଶକ ସମ୍ବିତ ବେହୁରା ଏବଂ କେଏମ୍ବିବିର ସମସ୍ତ ସହାୟକ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ଶିକ୍ଷା ସମୂହର ଡିନ୍ ଦେବୀତୋଷ ଆଚାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ କଲେଜର ପରିଚାଳନା ନିର୍ଦ୍ଦେଶକ ସରୋଜ ପଣ୍ଡା ଏବଂ ଅଧ୍ୟକ୍ଷ ଅଶ୍ୱିନୀ ମହାନ୍ତି ଅଭିନନ୍ଦନ ଜଣାଇଥିଲେ।