ଆଜିଠୁ ଦୁଇଦିନିଆ ଧର୍ମଘଟ, ଆଜି ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ

ସମଗ୍ର ରାଜ୍ୟର ୨ ଦିନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ

ଭୁବନେଶ୍ବର: ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ଆସନ୍ତାକାଲି ଠାରୁ ଦେଶ ବ୍ୟାପୀ ଦୁଇ ଦିନିଆ ଧର୍ମଘଟ ହେବାକୁ ଯାଉଛି। ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌, ସ୍ବାଧୀନ ଫେଡେରେସନ୍‌ ଓ ଆସୋସିଏସନ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦ୍ବାରା ଦିଆଯାଇଥିବା ଏହି ୪୮ ଘଣ୍ଟିଆ ଧର୍ମଘଟ ଡାକରାକୁ ବିେଜପିକୁ ଛାଡି ଅନ୍ୟ ରାଜନୈତିକ ଦଳ ସମର୍ଥନ େଦଇଛନ୍ତି। ଏପରିକି କଂଗ୍ରେସ ଓ ବିେଜଡି ଶ୍ରମିକ ସାମ୍ମୁଖ୍ୟ ମଧ୍ୟ ଏହି ହରତାଳକୁ ସମର୍ଥନ େଦବା େନଇ ପୂର୍ବରୁ େଘାଷଣା କରିଛି। ଫଳରେ ଆସନ୍ତା ଦୁଇଦିନ ପାଇଁ ରାଜ୍ୟରେ ହରତାଳର ଜବରଦସ୍ତ ପ୍ରଭାବ ପଡିବ ଓ ଜନଜୀବନ ଅସ୍ତବ୍ୟସ୍ତ େହାଇଯିବ େବାଲି ଆଶଙ୍କା ପ୍ରକାଶ ପାଇଲାଣି। ତେବେ ଏହି ହରତାଳରେ ଭାରତ ମଜଦୁର ସଂଘ ବା ବିଏମ୍‌ଏସ୍‌ ସାମିଲ େହବନାହିଁ େବାଲି ସୂଚାଇଛି।େସପଟେ ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ତେବେ ୯ ତାରିଖରେ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ ସେନେଇ ୮ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି। ସେହିପରି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ୮ ତାରିଖ ପାଇଁ ବନ୍ଦ ରହିବ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଦୁଇ ଦିନ ପାଇଁ ବନ୍ଦ ରହିବ। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ‌ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଅଧୀନ ବିଦ୍ୟାଳୟଗୁଡ଼ିକୁ ନେଇ ଗଠିତ ସହୋଦୟ ମଣ୍ଡଳ ଭୁବନେଶ୍ବର ଚାପ୍ଟରର ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରିବୋର୍ଡ ପରୀକ୍ଷାକୁ ମଧ୍ୟ ବାତିଲ୍‌ କରାଯାଇଛି। ୮ ତାରିଖରେ ହେବାକୁ ଥିବା ଉକ୍ତ ଦୁଇ ଶ୍ରେଣୀର ପରୀକ୍ଷାକୁ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।ଏ ନେଇ ସମସ୍ତ ବିଦ୍ୟାଳୟକୁ ଅବଗତ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ବରରେ ଥିବା ଡିଏଭି ସ୍କୁଲ୍‌ଗୁଡ଼ିକର କ୍ଲାସ ପରୀକ୍ଷା ଆସନ୍ତା ଦୁଇ ଦିନ ପାଇଁ ବାତିଲ୍‌ ହୋଇଛି। ୩ୟରୁ ୮ମ ଶ୍ରେଣୀ , ନବମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ କରାଯାଇଛି।

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ପ୍ରିଟେଷ୍ଟ ପରୀକ୍ଷା ବାତିଲ୍‌
ଧର୍ମଘଟକୁ ଓଷ୍ଟାର ସମର୍ଥନ, ସାମିଲ ହେବେ ଲକ୍ଷେ ଶିକ୍ଷକ
୧୧ ଦଳ ସମର୍ଥନ ଦେଲେ, ବିଏମ୍ଏସ୍ ମନା କଲା

ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବାତିଲ୍‌ ହୋଇଛି। ବାଣୀବିହାର ଡିଡିସିଇର ପିଜି ପରୀକ୍ଷା ଓ ବିଶ୍ବବିଦ୍ୟାଳୟ ଅଧୀନ ଲ’ କଲେଜଗୁଡିକରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ବାତିଲ କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ସୂଚନା ଦେଇଛନ୍ତି। ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସ˚ଘ(ଓଷ୍ଟା)। ଓଷ୍ଟା ପ୍ରତ୍ୟକ୍ଷ ଭାବେ ଏହି ଧର୍ମଘଟରେ ସାମିଲ ହେବ ବୋଲି ଏହାର ସାଧାରଣ ସ˚ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି। ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଦେଶରେ ଶ୍ରମିକ, ଶିକ୍ଷକ ଓ କର୍ମଚାରୀଙ୍କ ଉପରେ ପ୍ରଚଣ୍ତ ଆକ୍ରମଣ ଆରମ୍ଭ ହୋଇଛି। ନୂତନ ନିଯୁକ୍ତି ସ˚ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯାହା ନିଯୁକ୍ତି ଦିଆଯାଉଛି ତାହା ଚୁକ୍ତିଭିତ୍ତିକ। କେନ୍ଦ୍ର ସରକାର କର୍ପୋରେଟ ସଂସ୍ଥାଙ୍କ ସ୍ବାର୍ଥ ରକ୍ଷା କରିବାକୁ ଯାଇ ଶ୍ରମିକ, ଶିକ୍ଷକ, କୃଷକ ଓ କର୍ମଚାରୀଙ୍କ ଦୀର୍ଘଦିନର ଦାବିକୁ ଅଣଦେଖା କରିଚାଲିଛନ୍ତି। ରାଜ୍ୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଏଥିରେ ସାମିଲ ହେବାକୁ ଓଷ୍ଟା ପକ୍ଷରୁ ଆହ୍ବାନ ଦିଆଯାଇଛି ବୋଲି ସ˚ଘର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ କହିଛନ୍ତି। ସିପିଆଇ(ଏମ୍‌) ଏହି ଧର୍ମଘଟକୁ ସମର୍ଥନ କରୁଛି େବାଲି ଦଳର ନେତା ଜନାର୍ଦ୍ଦନ ପତି ପ୍ରକାଶ କରିଛନ୍ତି। ଓଡ଼ିଶା କୃଷକ ସଭା ମଧ୍ୟ ଏହାକୁ ସମର୍ଥନ କରିଛି େବାଲି ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଘୋଷଣା କରିଛନ୍ତି। ଅଟୋ ଚାଳକ ମହାସଂଘ ରାଜଧାନୀରେ ସମସ୍ତ ଅଟୋ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ପାଖାପାଖି ୧୧ ସଂଗଠନ ଏହାକୁ ଅଦ୍ୟାବଧି ସମର୍ଥନ କରିସାରିଲେଣି। ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ସକାଳ ୬ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଧର୍ମଘଟ ଚାଲିବ ବୋଲି ମିଳିତ ସଂଗଠନ ପକ୍ଷରୁ କୁହାଯାଇଛି। ସର୍ବଭାରତୀୟ ସ୍ତରରେ ବ୍ୟାଙ୍କିଙ୍ଗ୍‌, କୋଇଲା, ଶିକ୍ଷା, ଇସ୍ପାତ, ଟେଲିକମ୍‌, ବିଦ୍ୟୁତ, ସ୍ବାସ୍ଥ୍ୟ, ବୀମା କ୍ଷେତ୍ରରେ ପାଖାପାଖି ୨୦ କୋଟି ଶ୍ରମିକ ଏଥିରେ ସାମିଲ ହେବାକୁ ଯାଉଛନ୍ତି। ଭୁବନେଶ୍ବରରେ ୨୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ଧର୍ମଘଟକୁ ଓହ୍ଲାଇବାକୁ ଯାଉଥିବା କୁହାଯାଉଛି। ସଚିବାଳୟରେ ସକାଳ ୧୦ଟା ୧୫ ପୂର୍ବରୁ ସମସ୍ତ କର୍ମଚାରୀ ପହଞ୍ଚିବା ଲାଗି ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା କହିଛନ୍ତି। ପୂର୍ବାହ୍ନ ୯ଟା ୩୦ରେ େଗଟ୍ େଖାଲାଯିବ।

ଭୁବନେଶ୍ବର ଡିସିପି ଅନୁପ ସାହୁ କହିଛନ୍ତି. ଯେଭଳି ଅତ୍ୟାବଶ୍ୟକ ସେବା ପ୍ରଭାବିତ ନ ହୁଏ, କୌଣସି ପ୍ରକାରର ଅଘଟଣ ବା ହିଂସାକାଣ୍ଡ ନ ଘଟେ ସେଥିପ୍ରତି ପୁଲିସ ପ୍ରସ୍ତୁତ ରହିଛି। ସହରର ବିଭିନ୍ନ ସ୍ଥାନରେ ମୋଟ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ପାଇଁ ସ୍ଥିର କରାଯାଇଛି। ମାଷ୍ଟର କ୍ୟାଣ୍ଟିନ୍‌ ଓ ଲୋୟର ପିଏମ୍‌ଜି ଉପରେ ସ୍ବତନ୍ତ୍ର ନଜର ରହିବ। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଆର୍ଥିକ ମାରଣ ନୀତି, ଶ୍ରମିକ ମାରଣ ନୀତି, ଦରଦାମ ବୃଦ୍ଧି, କର୍ପୋରେଟ୍‌ ସ୍ବାର୍ଥରେ ଶ୍ରମ ଆଇନ ସଂଶୋଧନ, ଟ୍ରେଡ୍‌ୟୁନିଅନ ସ୍ବାଧୀନତା ଉପରେ ଆକ୍ରମଣ, ରାଷ୍ଟ୍ରାୟତ୍ତ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ବ୍ୟାଙ୍କ୍‌ଗୁଡ଼ିକୁ ମିଶ୍ରଣ କରିବା ଓ ଘରୋଇକରଣକୁ ବିରୋଧ କରିବା, ବିଭିନ୍ନ ଯୋଜନାରେ କାର୍ଯ୍ୟରତ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଦେବା, ସର୍ବନିମ୍ନ ମଜୁରୀ ମାସିକ ୧୮ ହଜାର ଦେବା ସର୍ବନିମ୍ନ ପେନ୍‌ସନ୍‌ ମାସିକ ୬ ହଜାର ଦେବା, ବେକାରି ସମସ୍ୟା ଦୂର କରିବା, ସମସ୍ତ ସ୍ତରର ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରଭୃତି ୧୨ ଦଫା ଦାବିରେ ଏହି ଧର୍ମଘଟ ହେବାକୁ ଯାଉଛି। ତେବେ ଦୁଇ ଦିନିଆ ଧର୍ମଘଟ ଡାକରାକୁ ଭାରତ ମଜଦୁର ସଂଘ ସମର୍ଥନ କରୁନାହିଁ େବାଲି ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୨୦୧୫ରୁ ଶ୍ରମିକ ସଂଗଠନମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନରୁ ନିବୃତ୍ତ ରହିଛନ୍ତି। କାରଣ ସରକାର ଆଲୋଚନା ପାଇଁ ଆମନ୍ତ୍ରଣ ଦେଇଛନ୍ତି। କିନ୍ତୁ ରାଜନୈତିକ ଅଭିସନ୍ଧି ରଖି କେତେକ ସଂଗଠନ ଆଲୋଚନାକୁ ଯାଉନାହାନ୍ତି।

ସମ୍ବନ୍ଧିତ ଖବର