ଅନୁକୂଳ ହେଲା ଶିଙ୍ଗଡ଼ା ବାଡ଼ିଆ

ପୁରୀ,: ମହାପ୍ରଭୁଙ୍କ ତିନି ରଥର ଚକ ନିର୍ମାଣରେ ମୁଖ୍ୟ ଭୂମିକା ନେଇଥିବା ଯନ୍ତାଗାଡ଼ରେ ଆଜି ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ହୋଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ସମେତ ଧ୍ରୁବ ଭୋଇ, ନକୁଳ ଭୋଇ, କାର୍ତ୍ତିିକ ଭୋଇ, ବିଷ୍ଣୁ ଭୋଇ, ବସନ୍ତ ଭୋଇ ପ୍ରମୁଖ ମୁଖ୍ୟ ଭୋଇ ସେବକମାନେ ଉପବାସ ରହି ମା ଚର୍ଚ୍ଚିକାଙ୍କ ପାଖରେ ମାଜଣା କରିଛନ୍ତି। ପରେ ଚାଳିଶ ଫୁଟ ଲମ୍ବା, ସାତ ଫୁଟ ଗଭୀର ବିଶିଷ୍ଟ ଯନ୍ତାଗାଡ଼ରେ ପୂଜା କରିବା ପରେ ଶିଙ୍ଗଡ଼ା ବାଡ଼ିଆ ଅନୁକୂଳ କରିଛନ୍ତି। ଏହି ଯନ୍ତାଗାଡ଼ରେ ତୁମ୍ବକୁ ରଖି ଭୋଇ ସେବକମାନେ ଏଥିରେ ଅର ଯୋଡ଼ିବା ଆରମ୍ଭ କରିଛନ୍ତିା ପ୍ରଥମ ଦିନରେ ତିନୋଟି ତୁମ୍ବରେ ଅର ଯୋଡ଼ା ଯାଇଛି।

ସମ୍ବନ୍ଧିତ ଖବର