କଟକ : ଷ୍ଟେଟ୍ ବ୍ୟାଙ୍କ ଷ୍ଟାଫ୍ ଆସୋସିଏସନ୍ର ୬୬ତମ ବାର୍ଷିକ ତ୍ରିବାର୍ଷିକ ସାଧାରଣ ପରିଷଦ ସଭା, ଭୁବନେଶ୍ୱର ମଣ୍ଡଳର ୧୦ମ ତ୍ରିବାର୍ଷିକ ସାଧାରଣ ସଭା ଆସନ୍ତା ୨୩ ତାରିଖ ଦିନ ପୁରୀର ହୋଟେଲ ବ୍ଲୁ ଲିଲିରେ ଅନୁଷ୍ଠିତ ହେବ। ବ୍ୟାଙ୍କର ଡିଏମ୍ଡି ପ୍ରଶାନ୍ତ କୁମାର ଏହାକୁ ଉଦଘାଟନ କରିବେ। ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଣ୍ଡଳ ମହାପ୍ରବନ୍ଧକ ପ୍ରବୀଣା କାଲା, ଅଖିଳ ଭାରତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ ସଂଜୀବ କୁମାର ବନ୍ଦଲିସ, ସଭାପତି ଭି.ଭି.ଏସ୍.ଆର୍ ଶର୍ମା, ମୁଖ୍ୟ ସଂପାଦକ ରାଜେଶ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।