ଆଜି ଉପସ୍ଥାପନ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍

ଭୁବନେଶ୍ବର: ଆଜି ବିଧାନସଭାରେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ । ଏହା ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ  ବିଜେଡି ସରକାରର ପଞ୍ଚମ ପାଳିର ଏହି ଦ୍ୱିତୀୟ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ । ଯଦିଓ ରାଜ୍ୟର ଆର୍ଥିକ ସ୍ଥିତି ସେତେ ସ୍ୱଚ୍ଛଳ ନାହିଁ ତଥାପି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିର ରଖି ସରକାର କେତେକ ଜନହିତକର ଯୋଜନା ଆଣିପାରନ୍ତି ।

ରାଜ୍ୟର ବିକାଶ ହାରକୁ ତ୍ୱରାନ୍ୱିତ କରିବାକୁ ଅର୍ଥମନ୍ତ୍ରୀ କେତେ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିପାରନ୍ତି । ବଜେଟରେ ଫାଇଭ-ଟି, ମୋ ସରକାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ । ବଜେଟର ଆକାର ଦେଢ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି । ୨୦୧୯-୨୦୨୦ରେ ବଜେଟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଥିଲା ।

ତେବେ ବଜେଟ ପୂର୍ବରୁ ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟରେ କୁହାଯାଇଛି, ରାଜ୍ୟରେ ଅଭିବୃଦ୍ଧି ହାର କମିଛି । ଚଳତବର୍ଷ ଅଭିବୃଦ୍ଧି ହାର ୭ ଦଶମିକ ୯୦ରୁ ଖସି ୬.୧୬ ରହିବା ନେଇ ସର୍ଭେରେ ଆକଳନ କରାଯାଇଛି । ସେହିଭଳି ବାତ୍ୟା ଯୋଗୁଁ କୃଷି ଉତ୍ପାଦନ କମିଥିବାରୁ ରାଜ୍ୟର ଅଭିବୃଦ୍ଧି ହାର କମିଛି । ଗତବର୍ଷ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୭.୯୦ ରହିଥିଲା । ଖଣିଜ କାରବାରରରେ ମାନ୍ଦା ଯୋଗୁଁ ଅଭିବୃଦ୍ଧି ଖସିଛି ।

ସମ୍ବନ୍ଧିତ ଖବର