ଏସ୍‌ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର : ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇ ଆଣ୍ଡ ଭିଟି)ର ଉତ୍ତର ଖାତା ମିଶିଲେ ପରୀକ୍ଷାର୍ଥୀ ଫେଲ୍‌ ନିୟମ ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ମଧ୍ୟାହ୍ନରେ ଶତାଧିକ ଛାତ୍ରଛାତ୍ରୀ ଏସ୍‌ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟ ଘେରାଉ କରିବା ସହ ନ୍ୟାୟ ପାଇଁ ଦାବି ଜଣାଇଛନ୍ତି। ଏଭଳି ନିୟମ ଦ୍ୱାରା ୩୨୦୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ଯଦି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ନ ମିଳେ ତେବେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ଏଓଡିଏସ୍‌ଏର ସଭାପତି ସୌମ୍ୟରଞ୍ଜନ ବେହେରା ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଛାତ୍ରନେତା ଶିବରାମ ମହାପାତ୍ର, ଆକାଶ ମହାନ୍ତି, ଦିବ୍ୟ ପଣ୍ଡା, ସୂର୍ଯ୍ୟ ନାରାୟଣ ମହାନ୍ତି, ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର