ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ଜିଲ୍ଲାପାଳମାନଙ୍କୁ ତାଗିଦ୍‌ କଲେ ମୁଖ୍ୟ ସଚିବ

0 26

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାର କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ତାଗିଦ୍‌ କରିଛନ୍ତିି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲାପାଳମାନଙ୍କ ସହିତ ଏହି ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ମୁଖ୍ୟ ସଚିବ ଆଲୋଚନା କରିଥିଲେ। ଗାନ୍ଧୀ ଜୟନ୍ତୀ ଦିବସରେ ଏହା କାର୍ଯ୍ୟକ୍ରମ ଆରମ୍ଭ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଗାନ୍ଧୀ ଜୟନ୍ତୀ ଦିବସରୁ ହିଁ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ ଆରମ୍ଭ କରାଯିବ। ସେମାନଙ୍କୁ ନିର୍ଧାରିତ ପରିମାଣର ଟଙ୍କିକିଆ ଚାଉଳ ବି ବଣ୍ଟନ ଆରମ୍ଭ ହେବ। ଏଣୁ, ଏହାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.