ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କ ପାଇଁ ନୋଡାଲ୍ ଅଫିସର ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବାହାର ରାଜ୍ୟରେ ଥିବା ଓଡ଼ିଆ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି । ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ପ୍ରବାସୀ ଓଡ଼ିଆମାନେ ନିଜ ଅଞ୍ଚଳର ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିପାରିବେ । ସମସ୍ୟାରେ ଥିଲେ ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରି ସମାଧାନର ରାସ୍ତା ପାଇପାରିବେ ।

କିଏ କେଉଁ ରାଜ୍ୟ ପାଇଁ ନୋଡାଲ ଅଫିସର ଜାଣନ୍ତୁ

ତେଲେଙ୍ଗାନା: ୟେଦୁଲା ବିଜୟ-୦୬୭୪-୨୩୨୩୦୬୮
ଆନ୍ଧ୍ରପ୍ରଦେଶ: ବି. ପରମେଶ୍ୱରନ-୦୬୭୪-୨୩୯୩୨୭୫
ତାମିଲନାଡୁ: ଚିତ୍ରା ଅରୁମୁଗମ-୦୬୭୪-୨୫୩୬୬୩୧
ପଶ୍ଚିମବଙ୍ଗ: ଶ୍ରୀଭାସ୍କର ଜ୍ୟୋତି ଶର୍ମା-୦୬୭୪-୨୩୯୦୧୧୬
ଗୁଜୁରାଟ: ଜୱାଲେ ନୀତିନ ଭାନୁଦାସ-୦୬୭୪-୨୫୪୩୪୬୧
ବିହାର ଓ ଝାଡ଼ଖଣ୍ଡ: ସାଦିକ ଆଲାମ-୦୬୭୪-୨୫୭୩୩୧୦
ମହାରାଷ୍ଟ୍ର: ରାଜେଶ ପ୍ରଭାକର ପାଟିଲ-୦୬୭୪-୨୩୯୨୯୦୬
କେରଳ: ଏମ ମୁଥୁକୁମାର-୦୬୭୪-୨୩୯୫୫୩୨
ନୂଆଦିଲ୍ଲୀ/ଏନସିଆର: ସଂଜୀବ ମିଶ୍ର-୦୬୭୪-୨୩୦୧୮୪୮୮
ଅନ୍ୟ ରାଜ୍ୟ ପାଇଁ: ଅମିତାଭ ଠାକୁର- ୦୬୭୪-୨୫୩୩୨୩୦

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଗତ ୨୫ ତାରିଖ ଠାରୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା ହେବା ପରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ହଜାର ହଜାର ଓଡ଼ିଆ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ବିଭିନ୍ନ ସମସ୍ୟାରେ ପଡ଼ିଥିବା ଲୋକଙ୍କ ମଙ୍ଗଳ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ସୁରକ୍ଷିତ ଆଗମନ ପାଇଁ ନୋଡାଲ ଟିମ ଗଠନ କରାଯାଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ ।

ସମ୍ବନ୍ଧିତ ଖବର