ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ତାଗିଦ: ଚାଷୀଙ୍କ ଜମାଖାତାରୁ ‘କାଳିଆ ଯୋଜନା’ ବାବତକୁ ମିଳିଥିବା ଟଙ୍କା କାଟ ନାହିଁ

0 2,524

ଭୁବନେଶ୍ବର: ଚାଷୀଙ୍କ ଜମାଖାତାରୁ  କାଳିଆ ଯୋଜନା ବାବତକୁ ମିଳିଥିବା ଟଙ୍କା ନ କାଟିବାକୁ ବ୍ୟାଙ୍କଗୁଡିକୁ ତାଗିଦ କରିଛନ୍ତି ରାଜ୍ୟ ସରକାର । କୌଣସି ଋଣ ବା କିସ୍ତି ବାବଦକୁ କୃଷକଙ୍କ ବ୍ୟାଙ୍କ ଜମାଖାତାକୁ ଆସିଥିବା  କାଳିଆ ଟଙ୍କାରୁ ନ କାଟିବାକୁ  ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏ ନେଇ ଆଜି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । କାଳିଆ ଯୋଜନାରେ ପ୍ରଥମ ଦଫାରେ ହିତାଧିକାରୀଙ୍କ ଜମା ଖାତାକୁ ଯାଇଥିବା ଟଙ୍କାକୁ କେତେକ ବ୍ୟାଙ୍କ ଋଣ କିସ୍ତି ଓ ଅନ୍ୟ ବାବଦରେ ଚାଷୀଙ୍କ ଆକାଉଣ୍ଟରୁ କାଟି ଦେଇଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନେଇଛନ୍ତି।

ଏ କଥା ଜଣାପଡ଼ିବା ପରେ କୃଷି ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଏ ନେଇ ଗତମାସ ୩୦ ତାରିଖରେ ରିଜର୍ଭ ବ୍ୟାଙ୍କ ସମେତ ୧୪ଟି ରାଷ୍ଟ୍ରାୟତ ଓ ରାଜ୍ୟ ସମବାୟ ବ୍ୟାଙ୍କକୁ ଚିଠି ଲେଖି ତୁରନ୍ତ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଡାକିଥିଲେ ।

ନାବାର୍ଡ଼, ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆଲହାବାଦ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଓ ରାଜ୍ୟ ସମବାୟ ବ୍ୟାଙ୍କକୁ ଚିଠି ଲେଖାଯାଇଥିଲା । ଗୁରୁବାର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ କାଳିଆ ସହାୟତା ବାବଦ ଟଙ୍କା କୌଣସି ପ୍ରକାରେ ଚାଷୀଙ୍କ ଆକାଉଣ୍ଟରୁ ନକାଟିବାକୁ ବ୍ୟାଙ୍କମାନଙ୍କୁ କହିଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.