୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ୫-ଟିରେ ସାମିଲ ହେବ ବୋଲି ଜଣାଯାଇଛି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୋଜନା ଓ ସମନ୍ବୟ ବିଭାଗକୁ ଚିଠି ଲେଖାଯାଇଛି । ୫-ଟି ଲାଗୁ ହେବା ଦ୍ୱାରା ଅଧ୍ୟାପକଙ୍କ ଉପସ୍ଥାନ ସାତ ଘଣ୍ଟା ବାଧ୍ୟତାମୂଳକ ହେବ । ୭୫% ଉପସ୍ଥାନ ନ ଥିଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେନି | ଠିକ ସେହପରି ମେଧାବୀ ହେଲେ ବି ଲାପ୍ଟପ୍ ଯୋଜନାରୁ ଧନୀ ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯିବ ବୋଲି ଜଣାଯାଇଛି।ଏସଏମଏସ ଓ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଫିଡବ୍ୟାକ ପଠାଇପାରିବେ ।

କଲେଜ ଓ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ରାଜ୍ୟ ତଥା ଦେଶ ବାହାରକୁ ପଠାଯିବ । ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉନସେଲିଂ ସେଲକୁ ସୁଦୃଢ କରାଯିବ । ଓଡିଆ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସେବା ପରୀକ୍ଷା ବାହାର ରାଜ୍ୟରେ ଦେବା ପାଇଁ ବ୍ୟବସ୍ଥା ହେବ । ମୋ ସ୍କୁଲ ଭଳି ମୋ କଲେଜ ପ୍ରତିଷ୍ଠା ହେବ । ଏଥିରେ ପୁରୁଣା ଛାତ୍ରଛାତ୍ରୀ କଲେଜ ଲାଗି ଟଙ୍କା ଦେଇପାରିବେ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର