ଆସନ୍ତା ୭ ତାରିଖରେ ବିଧାନସଭାରେ ଆଗତ ହେବ କାମଚଳା ବଜେଟ!

0

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ରାଜ୍ୟ ମନ୍ତ୍ରିପରିଷଦ ଅତିରିକ୍ତ ବଜେଟକୁ ଅନୁମୋଦନ ଦେଇଛି । ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ, ଆସନ୍ତା ଆର୍ଥିକ ବର୍ଷର ୪ ମାସ ପାଇଁ ପ୍ରାୟ ୫୬ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଗୃହୀତ ହୋଇଥିବା ସୂଚନା ମିଳିଛି । କାଳିଆ ଭଳି ଯୋଜନା ପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚକୁ ବର୍ତମାନ ପାଇଁ ଆକସ୍ମିକ ପାଣ୍ଠିରୁ ଦିଆଯାଇଥିବାରୁ ସେହି ବ୍ୟୟବରାଦକୁ ବିଧାନସଭାରେ ମଂଜୁୁରୀ ଦିଆଯିବ ।

ବିଧାନସଭାରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଆସନ୍ତା ୭ ତାରିଖରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିବେ । କୃଷି ଓ ଶିଳ୍ୱ କ୍ଷେତ୍ରରେ ବିକାଶ ପାଇଁ ବଜେଟରେ ବିଶେଷ କିଛି ବ୍ୟବସ୍ଥା କରାଯାଇପାରେ ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ବିଧାନସଭାରେ ରାଜ୍ୟ ସରକାରଙ୍କ ଶେଷ ବଜେଟ ଉପସ୍ଥାପନ ପୂର୍ବରୁ କିଛି ଜନକଲ୍ୟାଣକାରୀ ଯୋଜନା ବଜେଟରେ ସ୍ଥାନ ପାଇପାରେ ଅର୍ଥନୀତି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଅନ୍ୟପଟରେ ମନ୍ତ୍ରୀପରିଷଦ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସଂକ୍ଷିପ୍ତ କ୍ୟାବିନେଟ୍ ବୈଠକରେ ତିନିଟି ବିଭାଗର ଚାକିରି ସର୍ତାବଳୀ ଓ ପଦୋନ୍ନତି କମିଟିର ପୁନର୍ଗଠନକୁ ସଂଶୋଧନ କରାଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.