ଅନ୍ତର୍ଜାତୀୟ ଯୋଗ ଦିବସ ରାଜ୍ୟସ୍ତରୀୟ ଉତ୍ସବ ବନ୍ଦ

ଭୁବନେଶ୍ୱର : ରାତି ପାହିଲେ ଅନ୍ତର୍ଜାତୀୟ ଯୋଗ ଦିବସ। ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଜୟଦେବ ଭବନରେ ଏହି ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଶେଷ ମୁହୂର୍ତରେ ଏହାକୁ ବନ୍ଦ କରି ଦିଆଯାଇଛି। ହଠାତ୍‌ ରାଜ୍ୟସ୍ତରୀୟ ଉତ୍ସବ ବନ୍ଦ ହେବା ନେଇ ଅଧିକାରୀମାନେ ନିର୍ଦ୍ଦିଷ୍ଟ ମତ ରଖିପାରୁ ନାହାନ୍ତି। ତେବେ ଅର୍ନ୍ତଜାତୀୟ ଯୋଗ ଦିବସ ଆରମ୍ଭ ହେବା ପରଠାରୁ ରାଜ୍ୟସ୍ତରୀୟ ଉତ୍ସବ ବନ୍ଦ ହୋଇଯିବା ପ୍ରଥମ ଘଟଣା।

ଅନ୍ତର୍ଜାତୀୟ ଯୋଗ ଦିବସ ରାଜ୍ୟସ୍ତରୀୟ ଉତ୍ସବ ପାଳନ କରିବା ନେଇ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଏ ନେଇ ପୂର୍ବରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜୟଦେବ ଭବନରେ ଯୋଗ ଫେଷ୍ଟିଭାଲ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଆର୍ଟ ଅଫ ଲିଭିଂ, ଭାରତୀୟ ଯୋଗ ସଂସ୍ଥା ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୋଗର ବିଭିନ୍ନ ମୁଦ୍ରା ସହିତ ଯୋଗର ଉପକାରିତା ସଂପର୍କରେ ଲୋକମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଆଜି ସଂଧ୍ୟାରେ ଏହି ରାଜ୍ୟସ୍ତରୀୟ ଉତ୍ସବକୁ ବନ୍ଦ ରଖିବା ନେଇ ରାଜ୍ୟ ଆୟୁଷ ନିର୍ଦେଶାଳୟ ଏହି ନିଷ୍ପତ୍ତି ନେଇଛି। ଏ ନେଇ ଆୟୁଷ ନିର୍ଦେଶାଳୟର ସମସ୍ତ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।

ରାଜ୍ୟ ଆୟୁଷ ନିର୍ଦେଶକ ଗୋପବନ୍ଧୁ ଶତପଥୀଙ୍କୁ ଏ ସଂପର୍କରେ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମିଳିପାରି ନ ଥିଲା।

ସମ୍ବନ୍ଧିତ ଖବର