କେ‌ହି ବି ସୁରକ୍ଷିତ ନୁହନ୍ତି : ଉଷ୍ମ ହେଲାଣି ରାଜ୍ୟ ରାଜନୀତି, ଅଙ୍କକଷା ଆରମ୍ଭ

ଭୁବନେଶ୍ବର (ଭବାନୀ ଶଙ୍କର ତ୍ରିପାଠୀ): ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଉ କିଛି ମାସ ପରେ ହେବାକୁ ଥିବା ଓଡ଼ିଶା ନିର୍ବାଚନ ଉପରେ ପ୍ରଭାବ ପକାଇବ କି? କିଏ ଲାଭରେ ରହିବ, ଆଉ କିଏ କ୍ଷତି ସହିବ?

ଏମିତି ଏକ ପ୍ରଶ୍ନକୁ ନେଇ ସମଗ୍ର ରାଜ୍ୟର ରାଜନୈତିକ ପାଣିପାଗ ସରଗରମ ରହିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିେଜଡି, କେଂଗ୍ରସ ଓ ବିେଜପି ଫଳାଫଳର ପ୍ରଭାବକୁ ନେଇ ଘଣ୍ଟାଚକଟା ଚଳାଇଛନ୍ତି।

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ସଫଳତାକୁ ନେଇ କେଂଗ୍ରସ ଶିବିର ଉଲ୍ଲସିତ। ତେଲେଙ୍ଗାନା, ମିେଜାରାମ ଫଳାଫଳ ସଙ୍କେତ ଦେଉଛି ଯେ ଆଞ୍ଚଳିକ ଦଳର ଦବଦବା ସାମନାରେ ଜାତୀୟ ଦଳ ଆଜି ବି ଫିକା ଫିକା ଲାଗୁଛନ୍ତି। ସରକାର ବିେରାଧୀ ହାଵା କାମ ଦେଇଥିବାରୁ ବିେଜପି ଆଶା କରୁଛି, ଏଠି ବି ସେଭଳି ସଫଳତା ମିଳିବା ବିଚିତ୍ର ନୁେହଁ।

ମାତ୍ର ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ନିର୍ବାଚନ ଫଳାଫଳକୁ ନେଇ ସେତିକି ଉତ୍ସାହିତ ନାହାନ୍ତି, ଯେତିକି ପରିମାଣରେ ରାଜନୈତିକ ଶିବିର ଖୁସି ବ୍ୟକ୍ତ କରୁଛନ୍ତି। କାରଣ ଏସବୁ ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ଯେଉଁ ଡଜନେ ପ୍ରସଙ୍ଗ ପ୍ରଭାବ ରଖୁଛି, ସେଥିରୁ ଦୁଇ ତିନିଟି କଥାକୁ ଛାଡିଦେଲେ, ଓଡ଼ିଶା କ୍ଷେତ୍ରରେ ଅନ୍ୟ ପ୍ରସଙ୍ଗଗୁଡିକ ବେଶୀ କିଛି କାମ ଦେଇନପାରେ। କିନ୍ତୁ ଏହି ମହଲର ଆକଳନ ଅବଶ୍ୟ ସୂଚାଉଛି ଯେ ତିନିଟି ଯାକ ରାଜନୈତିକ ଦଳ ପାଇଁ ଏହି ନିର୍ବାଚନ ଭିନ୍ନ ଭିନ୍ନ ଢଙ୍ଗରେ ଏକାଧିକ ଚ୍ୟାଲେଞ୍ଜ ଆଣିଦେଲାଣି। ସମୀକରଣ ନିଶ୍ଚିତ ବଦଳିବ। ଦଳମାେନ ସତର୍କ ନ େହଲେ ବଢିବା ବଦଳରେ ଛିଡିପାରନ୍ତି।

ଅନ୍ୟ ରାଜ୍ୟ ନିର୍ବାଚନରେ ଜାତିଆଣ ପ୍ରସଙ୍ଗର ଏକ ଭୂମିକା ଥିଲା। ଓଡ଼ିଶା କ୍ଷେତ୍ରରେ ଏମିତି ସ୍ଥିତି ନାହିଁ। ଚାଷୀମାେନ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ତାର କାରଣ ହେଉଛି, ସେମାନେ ସଂଗଠିତ ଓ ମୂଳ ପ୍ରସଙ୍ଗକୁ ନେଇ ଯୁଝୁଛନ୍ତି। ଓଡ଼ିଶା କ୍ଷେତ୍ରରେ ଏଥିରେ ଯଥେଷ୍ଟ ବ୍ୟତିକ୍ରମ ରହିଛି। ସମଗ୍ର ଓଡ଼ିଶାର ଚାଷୀ ଏକାଠି ହୋଇପାରିନାହାନ୍ତି। ଗୋଟିଏ ଗୋଷ୍ଠୀ ମୂଳ ପ୍ରସଙ୍ଗକୁ ନେଇ ଲଢୁଛନ୍ତି। ଆଉ ଗୋଟିଏ ଗୋଷ୍ଠୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରି ରାଜନୈତିକ ବାତାବରଣ ବଦଳାଇବାକୁ ଉଦ୍ୟମ ଚଳାଇଥିଲେ ହେଁ, ତୃଣମୂଳସ୍ତରରେ ଥିବା ଅସଲ ଚାଷୀଙ୍କ ମନକୁ ଏହା େଦାହଲାଇପାରୁନାହିଁ। ଇତିମଧ୍ୟରେ ବିେଜଡି ସରକାର ମନ୍ତ୍ରୀସ୍ତରୀୟ କମିଟି କରି ଚାଷୀ କାର୍ଡ େଖଳ ଆରମ୍ଭ କରିସାରିଲାଣି।

ତେବେ ମଧ୍ୟ ପ୍ରଦେଶ, ଛତିଶଗଡ ଓ ମିଜୋରାମ ଭଳି ଓଡ଼ିଶାରେ ବି ସରକାର ବିେରାଧୀ ହାଵା ଶାସକ ବିେଜଡି ପାଇଁ ଆହ୍ବାନ ସୃଷ୍ଟି କରିବ। ସରକାର ଚାରି ଚାରିଥର କ୍ଷମତାସୀନ ଥିବା କାରଣରୁ ଏହାର ଏକ ବଡ଼ ପ୍ରଭାବ ରହିପାରେ। କିନ୍ତୁ କେଂଗ୍ରସ ଏଥିରୁ ଯଥେଷ୍ଟ ଫାଇଦା େନବା ସ୍ଥିତିରେ ନାହିଁ। ଏ େକ୍ଷତ୍ରରେ ଦୁଇଟି ବଡ଼ ବିଲକ୍ଷଣ ରହିଛି। ପ୍ରଥମତଃ ଓଡ଼ିଶାରେ କମଳନାଥ, ଦିଗବିଜୟ ସିଂହ, ଅେଶାକ େଗହଲଟଙ୍କ ଭଳି ଟାଣୁଆ େନତା ନାହାନ୍ତି ଓ ୧୯୯୫ ଭଳି ଫଳାଫଳ ଓଲଟପାଲଟ କରିବା ଭଳି େଖଳୁଆଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଅଭାବ ରହିଛି। ସଚ୍ଚିନ୍ ପାଇଲଟ୍ କିମ୍ବା େଜ୍ୟାତିରାଦିତ୍ୟ ସିନ୍ଧିଆଙ୍କ ଭଳି ଯୁବ ବର୍ଗକୁ ଆକର୍ଷିତ କରୁଥିବା େନତା ମଧ୍ୟ ବିରଳ, ଯିଏ ନୂଆ ଭୋଟରଙ୍କୁ ନିଜ ସାଙ୍ଗରେ େନଇପାରିବେ। ଦ୍ବିତୀୟତଃ, ସରକାର ବିେରାଧୀ ହାଵାକୁ େଭାଟ ବାକ୍ସ ଯାଏ ଟାଣିନେବା ଲାଗି ପିସିସି ପାଖରେ ଆଜି ଦିନରେ ସମୟ ନାହିଁ। ପିସିସି ସଭାପତି ଓଡ଼ିଶା ବୁଲି େଲାକଙ୍କ ମନ ଛୁଇଁବା େବଳକୁ େଭାଟ ତାରିଖ େଘାଷଣା େହାଇସାରିଥିବ। ତେବେ ପଞ୍ଚାୟତ ନିର୍ବାଚନ ପରେ ଦଳ େଯଭଳି ହଜିଯିବାକୁ ବସିଥିଲା, ସେଥିରେ ଏହି ନିର୍ବାଚନ ସଞ୍ଜୀବନୀ ଭଳି କାମ କରିପାରେ; ଯଦି ନିଜର ସବୁ ଟାଣୁଆ େନତାମାେନ ଅନ୍ୟ ଦଳ ପ୍ରତି ଆକର୍ଷିତ ନ େହାଇ ନିଜ ଚିହ୍ନ ସହ ରହନ୍ତି, ଯୁଝନ୍ତି।

ସରକାରୀ ବିରୋଧୀ ହାଵା କାମ କରିଥିବାରୁ ଦୁଇ ନମ୍ବର ଦଳ େବାଲି ଦାବି କରୁଥିବା ବିଜେପି ସଫଳତା େନଇ ଆଶାବାଦୀ େହବାରେ ଅପ୍ରାସଙ୍ଗିକତା କିଛି ନାହିଁ। ହେଲେ, ଏ େକ୍ଷତ୍ରରେ ମଧ୍ୟ ରାଜନୈତିକ ମହଲ ଦୁଇଟି ବଡ଼ ପ୍ରସଙ୍ଗକୁ ସାମ୍ନାକୁ ଆଣୁଛନ୍ତି। ପ୍ରଥମତଃ, ରାଜ୍ୟ ବିେଜପିର ବଡ଼ ସମ୍ବଳ େହଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର େଦବା ଲାଗି ବିେଜପି ଏଯାଏ େମାଦୀ କାର୍ଡ ହିଁ େଖଳୁଛି। େମାଦୀ, ଅମିତ ଶାହାଙ୍କ ଭାଷଣ, କୌଶଳ ଦଳର ବଳ। ସାଂପ୍ରତିକ ରାଜନୈତିକ ଚିତ୍ର ଓ ବାସ୍ତବିକତା ଉଭୟରେ େଗାଟିଏ ସ୍ପଷ୍ଟ ସୂଚନା ମିଳୁଛି େଯ େମାଦୀ ମ୍ୟାଜିକ୍ କମିବା ଆରମ୍ଭ କଲାଣି। ଓଡ଼ିଶାରେ ଦଳର ଏମିତି ଆଉ କିଛି ବି ସମ୍ବଳ ନାହିଁ, ଯାହା େମାଦୀ ପତିଆରା ହ୍ରାସ ସତ୍ତ୍ବେ ପଦ୍ମ ପାଇଁ ସଫଳତା ଆଣିପାରିବ।

ଦ୍ବିତୀୟତଃ, ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବିେଜପି ସାଂଘାତିକ ଦୁର୍ବଳ ସ୍ଥିତିକୁ ଚାଲିଆସିଲାଣି। ଏଣୁ ଦଳ ପୂର୍ବ ଭାରତ ଦଖଲ ଅଭିଯାନ ନିଷ୍ପତ୍ତି େନଇଥିଲା। େଯଉଁଦିନ େଶଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିଲା, ଠିକ୍ ସେହିଦିନ ମଧ୍ୟ ଉଭୟ େମାଦୀ ଓଡ଼ିଶା, ଶାହ ପଶ୍ଚିମବଙ୍ଗ ମୁହାଁଇଥିଲେ। ଦଳ ଅଧିକ ଆକ୍ରମଣାତ୍ମକ େହାଇ ଉଭୟ ରାଜ୍ୟରେ ପତିଆରା ବଢାଇବା ପାଇଁ କସରତ କରିଥାନ୍ତା। ହେଲେ ଉଭୟ ମଧ୍ୟପ୍ରଦେଶ ଏବଂ ଛତିଶଗଡ ନିର୍ବାଚନ ବିେଜପିର ଶୀର୍ଷ େନତୃତ୍ବକୁ ଆନ୍ଦୋଳିତ କରିଛି। ସାଧାରଣ ନିର୍ବାଚନ ଓ ପ୍ରଧାନମନ୍ତ୍ରୀଙ୍କ ଚୌକିକୁ ସାମ୍ନାରେ ରଖି ରାଜନୈତିକ ମହଲ ବିଚାର କରୁଛନ୍ତି େଯ ବିେଜପି େନତୃତ୍ବ ନିକଟରେ କେଂଗ୍ରସ ଯୁକ୍ତ ଭାରତ ଅପେକ୍ଷା ବିେଜଡି ଯୁକ୍ତ ଓଡ଼ିଶା େଶ୍ରୟସ୍କର। କାରଣ କୌଣସି ବି ପରିସ୍ଥିତିରେ ରାଜ୍ୟ ବିେଜପି ଆଜି ଦିନରେ ବିଜେଡି ସ୍ଥାନ େନବା ସ୍ଥିତିରେ ନାହିଁ। ଏମିତିରେ ବି ଉଭୟ କେଂଗ୍ରସ ଓ ବିେଜପି ଠାରୁ ସମାନ ଦୂରରେ ଥାଇ ବି ବିେଜଡିର ପଦକ୍ଷେପ କେବେ ବି େମାଦୀଙ୍କ ପାଇଁ ଘାତକ େହାଇନାହିଁ, ବରଂ ସରକାରକୁ ବଳ େଦଇଆସିଛି। ବରଂ ରାଜ୍ୟ େନତାଙ୍କ ଚାପରେ ବିେଜଡିକୁ େବଶୀ ବିରକ୍ତ କଲେ କେଂଗ୍ରସ ଶକ୍ତି ବଢିବା ଲାଗି ଏହା େଖାରାକ େଯାଗାଇପାରେ।

ଏହି ନିର୍ବାଚନ ରାଜ୍ୟ ବିେଜଡି ପାଇଁ ଆହ୍ବାନ ବଢାଇ େଦଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ରାଜ୍ୟ ଦଖଲ ପାଇଁ ପାଗ ଭିଡୁଥିବାରୁ ସରକାର ବିେରାଧୀ ହାଵା ରହିବା ସ୍ବାଭାବିକ। ହେଲେ ବିରୋଧୀଙ୍କୁ ଅଧିକ ଦୁର୍ବଳ କରିବା, ନବୀନଙ୍କ ପାଇଁ େଯମିତି ଏକ ଚ୍ୟାଲେଞ୍ଜ, ଠିକ୍ େସମିତି ନିଜ ଘରର କଳିକୁ ସମାଧାନ କରିବା ସେମିତି କାଠିକର ପାଠ। େକବଳ େସତିକ ନୁହେଁ, ବିତର୍କର ବଳୟରେ ଥିବା ସମସ୍ତ ରାଜନୈତିକ ଓ ପ୍ରଶାସନିକ ମହାଶକ୍ତି, େଯଉଁମାେନ କି ଘାତକ ସାଜୁଛନ୍ତି, େସମାନଙ୍କୁ ବିେଜଡି ମୁଖିଆ ଦମନ କରି ସାଧାରଣ େଲାକଙ୍କ ଆସ୍ଥା େଫରାଇ ଆଣିବା ମଧ୍ୟ ଅେନକ ଗୁରୁତ୍ବ ରଖିବ।

ଏଇ ଦୁଇଟି ପ୍ରସଙ୍ଗକୁ ସାମ୍ନା କରିବାକୁ ଗଲାବେେଳ ଦଳର କ୍ଷତି କରିବା ସ୍ଥିତିରେ ଥିବା ବିେରାଧୀ ଶକ୍ତିକୁ ନିଜ ଆଡକୁ ଆଣିବାରେ େନତୃତ୍ବ କେତେ ସକ୍ଷମ େହବେ, ତାହା େଦଖିବା କଥା। ଅନ୍ୟଥା ଏହି ଶକ୍ତି ସହିତ ଦଳର ଅନ୍ତଃକନ୍ଦଳ େଯ କୌଣସି ବିେରାଧୀ ଶକ୍ତି ସହିତ ମିଶିଲେ ପଞ୍ଚାୟତ ନିର୍ବାଚନ ଭଳି ଫଳାଫଳରେ ବିଭ୍ରାଟ ସୃଷ୍ଟି କରିପାରନ୍ତି। ସରକାରୀ ବିେରାଧୀ ହାଵାକୁ େତଜିବାରେ ଏହା ସାହାଯ୍ୟ କରିବ। େନତୃତ୍ବର ଭାବମୂର୍ତି େଯତେ ଅକ୍ଷତ ଥାଉ, ମଧ୍ୟପ୍ରଦେଶ ସ୍ଥିତି ସୃଷ୍ଟି େହବା ବିଚିତ୍ର ନୁହେଁ।

ସୁତରାଂ, ତିନି ପ୍ରମୁଖ ଦଳ ଗରମ ନୁହେଁ, ନରମ ମନୋଭାବ ରଖି େଗାଟିଚାଳନା କରିବା ଅବଶ୍ୟମ୍ଭାବୀ େହାଇପଡିଛି।

ସମ୍ବନ୍ଧିତ ଖବର