ବାଟବଣା ହେଲାଣି ରାଜ୍ୟ ଯୋଜନା

ବିକାଶ ପରିଷଦ ମୁଖ୍ୟାଳୟ ନିଷ୍ପତ୍ତି ନୋହିଲା, ଅଚଳ କରିଦିଆଗଲା ରାଜ୍ୟ ଯୋଜନା ବୋର୍ଡ, ଫାଇଲରେ ରହିଗଲା ଆଞ୍ଚଳିକ ବୈଷମ୍ୟ ରିପୋର୍ଟ

ଭୁବନେଶ୍ବର : ୧୯୯୯ ଜୁଲାଇ ଅର୍ଥାତ୍ ଆରମ୍ଭରୁ ୨୦୦୦ ଡିସେମ୍ବର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ତତ୍କାଳୀନ ଜନତା ଦଳ ନେତା ତଥା ଆଜିର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପରବର୍ତୀ ସମୟରେ େଯାଜନା ଓ ସେଂଯାଜନ ବିଭାଗ ଦାୟିତ୍ବ ପଶ୍ଚିମ ଓଡ଼ିଶାର ନେତା ନିଭାଇଛନ୍ତି। ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ବି। ସେଂଯାଗବଶତଃ େସାନପୁର ଜିଲ୍ଲାର ବୀର ମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏବେ ଏହି ବିଭାଗର ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରଠାରୁ ପ୍ରାୟ ପଶ୍ଚିମ ଓଡ଼ିଶାର ନେତାଙ୍କୁ ହିଁ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେଉଛନ୍ତି। କିନ୍ତୁ ଆଜିର ବାସ୍ତବିକତା ହେଲା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ େକଉଁଠି େହବ, ତାହା ଏଯାଏ ସ୍ଥିର େହାଇପାରିଲା ନାହିଁ। ପରିଷଦର ବିକାଶ ପାଇଁ ଟିହ୍ନଟ େହଉଥିବା ପ୍ରକଳ୍ପ ଓ ଖର୍ଚ୍ଚ େହଉଥିବା ଅର୍ଥ େକଉଁ ମାପକାଠିରେ ଚିହ୍ନଟ େହଉଛି, ତାହା ମଧ୍ୟ କାହାକୁ ମାଲୁମ ନାହିଁ।

ରାଜ୍ୟର ପଶ୍ଚିମ ଭାଗର ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ସମ୍ବଲପୁର, େସାନପୁର, ସୁନ୍ଦରଗଡ ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ନେଇ ବିକାଶ ପରିଷଦ ଗଠନ େହାଇଛି। ଏସବୁ ଅବହେଳିତ ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦେବା ପାଇଁ କଂଗ୍ରେସ ସରକାର ସେ ସମୟରେ ଏହାର ପରିକଳ୍ପନା କରିଥିଲେ। ସରକାର କିଛି ବର୍ଷ ଏହି ପରିଷଦକୁ ବାର୍ଷିକ ୧୦୦ େକାଟି ଟଙ୍କା େଦଉଥିଲେ। ୨୦୦୮-୦୯ରୁ ଆଉ ୫୦ େକାଟି ପ୍ରଦାନ କରାଯାଉଛି।

ରାଜ୍ୟ ସରକାରଙ୍କ ତଥ୍ୟକୁ ବିଶ୍ବାସ କରାଗଲେ, ପରିଷଦ ଗଠନ େହବା ଦିନଠାରୁ ଏଯାଏ ୧୫୫୫ େକାଟି ୭୩ଲକ୍ଷ ଟଙ୍କା ଖର୍ଚ୍ଚ ଲାଗି ବାଟ େଖାଲିଛି। ପରିଷଦ ୩୪ ହଜାର ୪୫୨ ପ୍ରକଳ୍ପକୁ ଅନୁେମାଦନ େଦଇଛନ୍ତି। େହଲେ ବିଧାନସଭା ସ୍ଥାୟୀ କମିଟି ରିେପାର୍ଟରେ େଯଉଁ ତଥ୍ୟ ଦିଆଯାଇଛି, ସେଥିରୁ ଜଣାପଡୁଛି େଯ ୨୮ ହଜାର ୭୯୧ଟି ପ୍ରକଳ୍ପ କାର୍ଯ୍ୟ େଶଷ େହାଇସାରିଲାଣି। ୨୦୧୮-୧୯ ବର୍ଷରେ ଯେଉଁ ୧୫୦ େକାଟି ମିଳିଥିଲା, ସେଥିରୁ ନଭେମ୍ବର ୩୦ ସୁଦ୍ଧା ୧୧୯ େକାଟି ୫୪ଲକ୍ଷ ଖର୍ଚ୍ଚ େହାଇସାରିଛି।

କୌତୂହଳର କଥା ହେଲା, ପରିଷଦ ଏମିତି ନିଷ୍ପତ୍ତି େନଉଛନ୍ତି େଯ ରାଜ୍ୟ ସରକାର େଯଉଁ ସବୁ ପ୍ରକଳ୍ପରେ ଟଙ୍କା ବର୍ଷା କରୁଛନ୍ତି, େସ ପ୍ରକଳ୍ପ ପାଇଁ ମଧ୍ୟ ପରିଷଦ ଅର୍ଥ ଦେଉଛି। ପଶ୍ଚିମ ଓଡ଼ିଶା େଯଉଁ ସବୁ େକ୍ଷତ୍ରରେ ପଛୁଆ, ଅର୍ଥାତ୍ େଯଉଁ ପ୍ରକଳ୍ପ ପାଇଁ ଅର୍ଥ ବରାଦ କଲେ, ସ୍ଥାନୀୟ ଅଞ୍ଚଳ ମୁଖ୍ୟ ସ୍ରୋତକୁ ଉଠିପାରିବ, ସେଭଳି କାଁ ଭାଁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବଲାଙ୍ଗୀର ଜିଲ୍ଲାରେ ଏଯାଏ ୩% ଜମିକୁ ଜଳସେଚନ େହାଇଥିବା ସ୍ଥାନୀୟ ବିଧାୟକ ଶ୍ରୀ ମିଶ୍ର ଗୃହରେ ବାରମ୍ବାର ଉଠାଉଛନ୍ତି।

ବେଶି ଦୂରକୁ ନ ଯାଇ ୨୦୧୮-୧୯ ବର୍ଷର ହିସାବ ନିକାସକୁ ଦେଖିଲେ, ଜଣାପଡୁଛି, ବିନିେଯାଗ େହାଇଥିବା ୧୧୯ େକାଟି ଟଙ୍କା ମଧ୍ୟରୁ ମାତ୍ର ୧.୨% ଅର୍ଥ ଏ ବାବଦରେ ଖର୍ଚ୍ଚ େହାଇଛି। ପିଇବା ପାଇଁ ସରକାର ଅପର୍ଯ୍ୟାପ୍ତ ଅର୍ଥ େଦଉଛନ୍ତି। ସେ ବାବଦରେ ଏଠାରେ ୧୪.୮୬%, ଶିକ୍ଷା ବାବଦରେ ୦. ୭୧%, ବିଦ୍ୟୁତକରଣରେ ୧.୬୮%, ସ୍ବାସ୍ଥ୍ୟ େକ୍ଷତ୍ରରେ ୪୬.୫୬%, ଅନ୍ୟାନ୍ୟ ପ୍ରକଳ୍ପ େକ୍ଷତ୍ରରେ ୨୭.୩୨% ଓ ରାସ୍ତା ଏବଂ େଯାଗାେଯାଗ ବାବଦରେ ୩୨ େକାଟି ୬୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ େହାଇଛି।

ଅର୍ଥନୀତି ବିେଶଷଜ୍ଞମାନଙ୍କ ଯୁକ୍ତି େହଉଛି, ଥରେ ଟଙ୍କା ଦେଇଦେବା ପରେ େଯାଜନା ଓ ସେଂଯାଜନ ବିଭାଗ ତଦାରଖ କରୁନି, ଦିଆଯାଇଥିବା ଟଙ୍କା ସ୍ଥାନୀୟ ଅଞ୍ଚଳରେ କେଉଁ ଦିଗରେ ଖର୍ଚ୍ଚ େହଲା। ଏହା େଲାକଙ୍କ ଜୀବନ ଧାରଣର ମାନକୁ କେଉଁଠିରୁ େକଉଁଠିକୁ ପହଞ୍ଚାଇବାରେ ସାହାଯ୍ୟ କଲା।

ରାଜ୍ୟ ସରକାରଙ୍କ େଯାଜନା ଓ ସେଂଯାଜନ ବିଭାଗ ଏଭଳି ଚାଲିଛି େଯ କେଉଁ ଟଙ୍କା େକଉଁଠି ଖର୍ଚ୍ଚ େହଉଛି, ଏହାଦ୍ବାରା େଯଉଁ ଭିତ୍ତିଭୂମି ସୃଷ୍ଟି େହଉଛି, ତାହା ରାଜ୍ୟର ବିକାଶ ଦିଗରେ କେତେ ପ୍ରଭାବ ରଖୁଛି ତାହା ଜଣାପଡୁନି। ଏକଦା ରାଜ୍ୟ ସରକାରଙ୍କ ନିର୍ଦେଶରେ ଆଞ୍ଚଳିକ ବୈଷମ୍ୟ କମିସନ ଗଠନ େହାଇଥିଲା। ଏହି ରିେପାର୍ଟର ରୂପରେଖ କଣ ତାହା କେହି ଜାଣିପାରିଲେ ନାହିଁ। ସରକାର ନିେଜ ମଧ୍ୟ ରାଜ୍ୟ ପାଇଁ ଦୀର୍ଘମିଆଦୀ ଓ ସ୍ବଳ୍ପ ମିଆଦି ବିକାଶ ଖସଡା ପ୍ରସ୍ତୁତ କରିପାରିନାହାନ୍ତି।

ନିକଟରେ ସରକାର େଘାଷଣା କରିଥିଲେ ୨୦୩୬ରେ ଓ଼ଡ଼ିଶାକୁ ୧୦୦ ବର୍ଷ ଛୁଇଁବ। ତାହାକୁ ଲକ୍ଷ୍ୟ ରଖି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ େହବ। େଯାଜନା ଓ ସେଂଯାଜନ ବିଭାଗ ଏହାର େନାଡାଲ ବିଭାଗ ଥିଲା। ବିଭାଗ ୬ମାସ ଏ କାର୍ଯ୍ୟ କଲେ ଓ ତାର କଳେବର ପ୍ରସ୍ତୁତ ହେଲା। ହେଲେ ଆଜି ଦିନ ପର୍ଯ୍ୟନ୍ତ ସରକାର ଲକ୍ଷ୍ୟ ସ୍ଥିର କରିପାରୁନାହାନ୍ତି କି ଏହାକୁ ଅନୁେମାଦନ ମିଳୁନି। ଭିଜନ ଡକ୍ୟୁମେଣ୍ଟର ବର୍ତମାନର ସ୍ଥିତି କଣ ସେ କଥା କାହାକୁ ମାଲୁମ ନାହିଁ।

ଗୋଟିଏ ପଟେ ରାଜ୍ୟ େଯାଜନା େବାର୍ଡକୁ ପ୍ରଭାବଶୂନ୍ୟ କରିଦିଆଯାଇଛି। ୨୦୦୭ ପରଠାରୁ ବୈଠକ ବସୁନାହିଁ। ଅଥଚ କ୍ୟାବିନେଟ୍, ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁେଯାଗ ଦେଇ ରାଜନୈତିକ ବ୍ୟକ୍ତି ଆଦିଙ୍କ ବାବଦରେ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ େହଉଛି। ଅନ୍ୟପଟେ ଜିଲ୍ଲାସ୍ତରରେ ଇତିମଧ୍ୟରେ ଦୁଇଟି ସମାନ୍ତରାଳ ସଂସ୍ଥା ଗଠନ କରାଯାଇଛି, ଯାହା ତୃଣମୂଳସ୍ତରରେ ଅନେକ ବିଭ୍ରାଟ ସୃଷ୍ଟି କଲାଣି। ଜିଲ୍ଲାରେ ଏକାଧିକ କ୍ଷମତାକେନ୍ଦ୍ର ମୁଣ୍ଡ େଟକିଲାଣି।

ଜିଲ୍ଲା ସ୍ତରରୁ େଯାଜନା ପାଇଁ େଗାଟିଏ ସ୍ବତନ୍ତ୍ର କମିଟି ଗଠନ େହାଇଛି। ତାର ଅଧ୍ୟକ୍ଷଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ଅଧିକାଂଶ ବିଧାୟକଙ୍କୁ ଥଇଥାନ କରାଯାଇଛି। କିଛି ଜିଲ୍ଲାରେ ମନ୍ତ୍ରୀ ଅଛନ୍ତି। ପରେ ପୁଣି ରାଜ୍ୟ ସରକାର ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କ ତୁଷ୍ଟୀକରଣ ଲାଗି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ୯ଟି ଜିଲ୍ଲା ଅର୍ଥାତ୍ ମୟୂରଭଂଜ, ସୁନ୍ଦରଗଡ, େକାରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କେନ୍ଦୁଝର, କନ୍ଧମାଳ, ଗଜପତି ଆଦି ଜିଲ୍ଲାର ୧୧୭ ବ୍ଲକକୁ ନେଇ ଏହାର ପରିକଳ୍ପନା କରାଯାଇଛି। ୨୦୧୮ ମାର୍ଚ ୯ ତାରିଖରେ ଏହାର ଜନ୍ମ େହାଇଥିଲା। ୧୭୫ େକାଟି ୫୦ଲକ୍ଷ ଟଙ୍କା ବାର୍ଷିକ ଏମାନଙ୍କୁ ଦିଆଯାଇଛି, ପ୍ରତି ବ୍ଲକକୁ େଦଢ େକାଟି। କିନ୍ତୁ କଣ ଖର୍ଚ୍ଚ େହାଇଛି, ଏହି ବର୍ଗର େଲାକଙ୍କର କି କି ବିକାଶ ହେଲାଣି, େସ ତଥ୍ୟ କାହା ପାଖରେ ନାହିଁ।

ସୂଚନାେଯାଗ୍ୟ, ଏମଏଲଏ ଲାଡ୍ ବାବଦରେ ୧ େକାଟି ଟଙ୍କା ସ୍ଥାନୀୟ େଲାକପ୍ରତିନିଧିମାନଙ୍କୁ ମିଳୁଛି। ସାଂସଦମାନଙ୍କୁ ୫ େକାଟି ଟଙ୍କା। ଏମାନେ େଲାକଙ୍କର ଆବଶ୍ୟକତାକୁ ଦେଖି ଅର୍ଥ ଦେଇଥାନ୍ତି। ଏହାବ୍ୟତୀତ େସ୍ପସାଲ୍ ପ୍ରୋବ୍ଲେମ୍ ଫଣ୍ଡ ଓ େସ୍ପସାଲ ଡେଭଲପମେଣ୍ଟ ପୋଗ୍ରାମ ବାବଦରେ ବି ଅର୍ଥ ବରାଦ େହଉଛି। ଏ େକ୍ଷତ୍ରରେ ବି େଲାକ ପ୍ରତିନିଧିଙ୍କ ସୁପାରିସର କିଛି ଗୁରୁତ୍ବ ରହେ।

ସରକାରୀ ରିେପାର୍ଟ କହୁଛି, େସ୍ପସାଲ େପ୍ରାେବ୍ଲମ୍ ଫଣ୍ଡ ବାବଦରେ ୬୦୨.୪୦ େକାଟି ଦିଆଯାଇଛି, ଯେଉଁଥିରୁ ୭୬.୨୨% ଖର୍ଚ୍ଚ େହାଇଛି। େସ୍ପସାଲ ଡେଭଲପମେଣ୍ଟ େପାଗ୍ରାମ ବାବଦରେ ୫୧୪ େକାଟି ଦିଆଯାଇଛି, ଖର୍ଚ୍ଚ େହାଇଛି ୬୯.୪୪%। ଏମଏଲଏ ଲାଡ୍ ବାବଦରେ ୨୧୯୭ େକାଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ େହବା ଲାଗି ବାଟ େଖାଲିଛି। ଖର୍ଚ୍ଚ େହାଇଛି ୯୦.୪୬%। ସେହିଭଳି ଏମପି ଲା଼ଡ୍ ବାବଦରେ େଯଉଁ ୧୯୮୨ େକାଟି ୩ଲକ୍ଷ ଟଙ୍କା ଆସିଛି, େସଥିରୁ ୯୩.୧୫% ଅର୍ଥ ଖର୍ଚ୍ଚ େହାଇଛି। ଏହି ୪ଟି େକ୍ଷତ୍ରରେ ପାଖାପାଖି ୫୨୯୭ େକାଟି ଟଙ୍କା ଖର୍ଚ୍ଚ କରି େଯଉଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି ବା କରାଯାଉଛି, ତାର ତାଲିକା କିଏ ରଖିଛି?

ଉଲ୍ଲେଖଥାଉକି, ରାଜ୍ୟରେ େଗାଟିଏ ନଗଡା କଥା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସମଗ୍ର ଦେଶରେ ଏହାକୁ ନେଇ କମ୍ପନ ସୃଷ୍ଟି େହଲା। ତାର ବିକାଶ ପାଇଁ େକାଟି େକାଟି ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ରାଜ୍ୟ ସରକାରଙ୍କ ବଜେଟ୍ ଅନୁଦାନ ଓ ଖର୍ଚ୍ଚ ବଢିଚାଲିଥିଲେ ବି ଏଯାଏ ୩୩୨୩ ଗାଁକୁ ରାସ୍ତା (ପାଖାପାଖି ୨୭୦୦ କିେଲାମିଟର) ନାହିଁ। ଏଥିରୁ ରାଜନୀତି ଦୃଷ୍ଟିରୁ ସମ୍ବେଦନଶୀଳ େକନ୍ଦ୍ରାପଡା ଜିଲ୍ଲାର ସର୍ବାଧିକ ୬୪୭ଟି ରାସ୍ତା ରହିଛି। ଏହାବ୍ୟତୀତ କଳାହାଣ୍ଡି ଜିଲ୍ଲାର ୪୭୩, ରାୟଗଡାର ୪୩୫, ମାଲକାନଗିରି ଜିଲ୍ଲାର ୨୯୫, କନ୍ଧମାଳର ୨୫୮, େକାରାପୁଟ ଜିଲ୍ଲାର ୧୮୫ଟି ଗାଁ ରହିଛି। ପୁରୀ, େସାନପୁର ଜିଲ୍ଲାର ୩ଟି, ବରଗଡର ୨ଟି, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାର ୪ଟି ଗାଁକୁ ରାସ୍ତା ନାହିଁ। ସରକାର ନିଜେ ସ୍ବୀକାର କରିଛନ୍ତି େଯ ଏସବୁ ଗାଁର ବିକାଶ ପାଇଁ ଆହୁରି ୧୯୫୫ େକାଟି ଟଙ୍କା ଦରକାର।

ତେବେ ଭିତ୍ତିଭୂମି ସୃଷ୍ଟି ପାଇଁ ବରାଦ ଅର୍ଥ ଓ ସରକାରଙ୍କ ସ୍ବତନ୍ତ୍ର ଅନୁଦାନ େକଉଁ କାମରେ ଲାଗୁଛି?

ସମ୍ବନ୍ଧିତ ଖବର