ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାର ଦେଶର ସବୁଠାରୁ ବଡ଼ କରୋନା ହସ୍ପିଟାଲ୍ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ହସ୍ପିଟାଲରେ ରହିବ ୧୦୦୦ଟି ଶଯ୍ୟା। ଉକ୍ତ ଲକ୍ଷ୍ୟ ସାକାର କରିବା ଲାଗି ରାଜ୍ୟ ସରକାର ଭୁବନେଶ୍ବରର ଦୁଇ ପ୍ରମୁଖ୍ ଘରୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ ସହ ଆଜି ପୃଥକ ପୃଥକ ଏମଓୟୁ ସ୍ବାକ୍ଷର କରିଛନ୍ତି। ଭୁବନେଶ୍ୱରସ୍ଥିତ କିମ୍ସ ଓ ସମ୍ ହସ୍ପିଟାଲ ସହାୟତାରେ କରୋନା ଆକ୍ରାନ୍ତଙ୍କ ଲାଗି ୯୫୦ଟି ବେଡ଼ର ବ୍ୟବସ୍ଥା କରିବାକୁ ଏହି ଏମଓୟୁରେ ଚୁକ୍ତି କରାଯାଇଛି।
ଆଜି ଲୋକସେବା ଭବନରେ ଭବନରେ ଦୁଇଟି ଚୁକ୍ତନାମା ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭିନିଲ୍ କ୍ରିଷ୍ଣା ଓ କିମ୍ସ ହସ୍ପିଟାଲ ମଧ୍ୟରେ ଗୋଟିଏ ଏମଓୟୁରେ ସ୍ବାକ୍ଷର କରିଥିବା ବେଳେ ଅନ୍ୟଟି ସ୍ବାସ୍ଥ୍ୟ ସଚିବ ଓ ମହାନଦୀ କୋଲ୍ଡଫିଲ୍ଡସର ପରିଚାଳନା ନିର୍ଦ୍ଦେଶକ ଏସ୍.ଏସ୍.ପଣ୍ଡା ଏବଂ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭିତରେ ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ସୋୟା ବିଶ୍ବବିଦ୍ୟାଳୟ କୁଳପତି ଡ.ଅଶୋକ ମହାପାତ୍ର ଓ କିମ୍ସ ପକ୍ଷରୁ ଏହାର ସିଇଓ ଡ. ବିଷ୍ଣୁ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହି ଦୁଇ ପ୍ରକଳ୍ପକୁ ଓଡ଼ିଶା ଖଣି ନିଗମର ଓ ମହାନଦୀ କୋଲ୍ଡଫିଲ୍ଡସ ଆର୍ଥିକ ସହାୟତା ଯୋଗାଇବ।
/sambad/media/post_attachments/wp-content/uploads/2020/03/mou.jpg)
ଚିକିତ୍ସା ଭିତ୍ତଭୂମି ଯୋଗାଇ ଦେବା ଲାଗି ରାଜ୍ୟ ସରକାର ସମ୍ ହସ୍ପିଟାଲ ଓ କିମ୍ସ ହସ୍ପିଟାଲ ସହ ଚୁକ୍ତି ସ୍ବାକ୍ଷର କରିଥିବା ବେଳେ ଦୁଇ ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲ୍ଡଫିଲ୍ଡସ୍ ଏଥିଲାଗି ସେମାନଙ୍କର ସିଏସଆର୍ ପାଣ୍ଠିରୁ ଅର୍ଥ ଯୋଗାଇ ଦେବେ । କିମ୍ସରେ କରୋନା ପାଇଁ ୪୫୦ ବେଡ୍ର ବ୍ୟବସ୍ଥା ହେବ। କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସେହିପରି ସମ୍ ହସ୍ପିଟାଲରେ କରୋନା ପାଇଁ ସ୍ୱତନ୍ତ୍ର ଭାବେ ୫୦୦ ବେଡ୍ର ବ୍ୟବସ୍ଥା ହେବା ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର କୁଳପତି ଡା.ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।
ବିଷ୍ଣୁପାଣିଗ୍ରାହୀ, କିମ୍ସ
ପ୍ରଥମ ଥର ପାଇଁ ଭାରତରେ ଏତେ ବଡ଼ ହସ୍ପିଟାଲ (କୋଭିଡ-୧୯) ତିଆରି ହେଉଛି। କରୋନା ସଂକ୍ରମିତ ରୋଗୀମାନେ କୋଭିଡ-୧୯ ହସ୍ପିଟାଲକୁ ଯିବେ। ଇଟାଲୀରେ ଏତେ ଉନ୍ନତ ଦେଶ ହୋଇ ଖୁବ ଶୀଘ୍ର କରୋନା ଭାଇରସ ବ୍ୟାପି ଯାଇଥିଲା। ସେଠାରେ କରୋନା ରୋଗୀମାନେ ସାଧାରଣ ହସ୍ପିଟାଲକୁ ପ୍ରବେଶ କରୁଥିଲେ। ଫଳରେ ଏହା ଦ୍ରୁତ ଗତିରେ ବ୍ୟାପିଥିଲା। ୧୦୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ଓଡ଼ିଶା ପାଇଁ ଐତିହାସିକ ପଦକ୍ଷେପ ହେବ। ମିଳିମିଳା ଓ ପୋଲିଓର ନିୟନ୍ତ୍ରଣକୁ ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବହୁ ପ୍ରଶଂସା କରିଥିଲା। ଓଡ଼ିଶା ଏହି କାମ କଲେ ବିଶ୍ୱ ଦେଖିବ। ଡରିଯିବା କଥା ନୁହେଁ। ଓଡ଼ିଶା ସରକାର ଆପଣଙ୍କ ପଛରେ ଅଛି।
ଅଶୋକମହାପାତ୍ର, ସୋଆ
ରାଜ୍ୟ ସରକାର ବହୁ ଭଲ ପଦକ୍ଷେପ ନେଇଛନ୍ତି। ସୋଆ ଓ କିମ୍ସରେ କରୋନା ଚିକିତ୍ସା କରାଯିବ। ସମ ହସ୍ପିଟାଲରେ ୫୦୦ ଶଯ୍ୟାବିଶିଷ୍ଟ କରୋନା ସ୍ବତନ୍ତ୍ର ହସ୍ପିଟାଲ୍ ହେବ। ଏଠାରେ ଆଇସିୟୁ ମଧ୍ୟ ରହିବ। ଆପଣ ସହଯୋଗ କଲେ ଭଲ ଚିକିତ୍ସା ଯୋଗାଇ ଦିଆଯିବ। ଆପଣ ଆମ ସହ ହାତ ମିଳାଇଲେ ଯୁଦ୍ଧରେ ଜିତିବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/corona-10.jpg)