ନୂଆ ୮୬ ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ରାଜ୍ୟ ସରକାର, ୪୬ ପଶ୍ଚିମବଙ୍ଗ ଫେରନ୍ତା

ର୍ଭୁବନେଶ୍ବର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୮୬ ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏମାନଙ୍କ ଭିତରୁ ୪୬ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିବା ଜଣାଯାଇଛି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି।  ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୬ଜଣଙ୍କ ମଧ୍ୟରୁ ୩୭ଜଣ ପଶ୍ଚିମବଙ୍ଗ ଫେରନ୍ତା, ଜଣେ ତେଲେଙ୍ଗାନା ଫେରନ୍ତା , ୪ଜଣ ସଂଯୁକ୍ତ ଆରବ ଏମିରେଟ୍ ଫେରନ୍ତା  ଓ ଛତିଶଗଡ଼ ଏବଂ ହରିଆନାରୁ ଜଣେ ଲେଖାଏଁ ଫେରିଛନ୍ତି ।  ଭଦ୍ରକର ୩ଜଣଯାକ ମହାରାଷ୍ଟ୍ରରୁ ଫେରିଥିବା ବେଳେ ନୟାଗଡ଼ର ୬ଜଣଯାକ ସୁରତ ଫେରନ୍ତା।

କଟକର ୧୧ ଜଣଙ୍କ ଭିତରୁ ୪ ପଶ୍ଚିମବଙ୍ଗ ଫେରନ୍ତା, ୩ ଗୁଜୁରାଟ ଫେରନ୍ତା ୨ ତେଲେଙ୍ଗାନା ଫେରନ୍ତା ଓ ଜଣେ ତାମିଲନାଡ଼ୁ ଫେରନ୍ତା ଓ ଜଣେ ସ୍ଥାନୀୟ ଲୋକ ବୋଲି ଜଣାଯାଇଛି। ବାଲେଶ୍ବରର ୫ ଜଣଙ୍କ ମଧ୍ୟରୁ ୪ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ତେଲେଙ୍ଗାନା ଫେରନ୍ତା । କେନ୍ଦୁଝରର ୩ଜଣଯାକ ପଶ୍ଚିମବଙ୍ଗ ଫେରନ୍ତା ଥିବା କୁହାଯାଇଛି।ଖୋର୍ଦ୍ଧାରୁ ଚିହ୍ନଟ ୩ ଆକ୍ରାନ୍ତଙ୍କ ଭିତରୁ ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଦୁଇଜଣ ସ୍ଥାନୀୟ ଲୋକ ଅଛନ୍ତି।

ଅପରପକ୍ଷରେ ସୁନ୍ଦରଗଡ଼ର ଚହ୍ନଟଜଣକ ସ୍ଥାନୀୟ ଲୋକ ବୋଲି ଜଣାଯାଇଛି। ପୁରୀରୁ ଚିହ୍ନଟ ୩ ଆକ୍ରାନ୍ତଙ୍କ ଭିତରୁ ୨ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ଗୁଜୁରାଟ ଫେରନ୍ତା ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮୯ରେ ପହଞ୍ଚିଛି। ତେବେ ୩୯୩ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି।  ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି ।

ସମ୍ବନ୍ଧିତ ଖବର