୨୯ଟି ଜିଲ୍ଲାର ୧୭୨୩ କରୋନା ପଜିଟିଭଙ୍କ ଭିତରୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଏଯାବତ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୬୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି | ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୬୧ଜଣ ସଙ୍ଗରୋଧରେ ଥିଲେ ଏବଂ ଦୁଇଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ଏବେ ଆସନ୍ତୁ ଜାଣିବା ୨୯ଟି ଜିଲ୍ଲା ମଧ୍ୟରୁ କେଉଁଠାରେ କେତେ ଆକ୍ରାନ୍ତ ଏଯାବତ୍ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୯୮, ବାଲେଶ୍ବରରେ ୧୪୨, ଯାଜପୁରରେ ୨୫୩ , କଟକରେ ୮୯, ସୁନ୍ଦରଗଡ଼ରେ ୪୧ , ପୁରୀରେ ୮୬, କେନ୍ଦ୍ରାପଡ଼ାରେ ୬୧. ଅନୁଗୁଳରେ ୨୫ ,ଖୋର୍ଦ୍ଧାରେ ୧୨୧, ଦେବଗଡ଼ରେ ୨୪ , ଭଦ୍ରକରେ ୧୦୬, ନୟାଗଡ଼ରେ ୬୪, ଜଗତସିଂହପୁରରେ ୬୦, ନୂଆପଡାରେ ୧୪, ବଲାଙ୍ଗୀରରେ ୬୨, ବୌଦ୍ଧରେ ୩୩, ଅନୁଗୁଳରେ ୨୫, କେନ୍ଦୁଝରରେ ୨୧, ମାଲକାନଗିରିରେ ୧୯, ମୟୂରଭଞ୍ଜରେ ୧୭, କଳାହାଣ୍ଡିରେ ୧୫, କନ୍ଧମାଳରେ ୧୩, ଗଜପତିରେ ୧୦, କୋରାପୁଟରେ ୭, ଢେଙ୍କାନାଳରେ ୧୬, ଝାରସୁଗୁଡ଼ାରେ ୭, ସମ୍ବଲପୁରରେ ୮ରେ ପହଞ୍ଚିଛି। ଅପରପକ୍ଷରେ ବରଗଡ଼ରେ ୨ରେ, ସୁବର୍ଣ୍ଣପୁର ଜିଲ୍ଲାରେ ୫ରେ  ନବରଙ୍ଗପୁରରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟା ରେ ଶୀର୍ଷରେ ରହିଛି।

ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୨୭ରେ ପହଞ୍ଚିଥିବା ବେଳେ ୮୮୯ଜଣ ସୁସ୍ଥ ହୋଇଛନ୍ତି। ଏବେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ତେଣେ କରୋନା ବ୍ୟତୀତ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର