ସକାଳେ ସାରା ରାଜ୍ୟର ପରିବା ଏବଂ ମାଛ ମାଂସ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ

ଭୁବନେଶ୍ବର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା ପରେ ଆଜି ସାରା ରାଜ୍ୟର ପରିବା ବଜାର ଏବଂ ମାଛ ମାଂସ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ବୁଧବାର ଥିବା ହେତୁ  ପରିବା ସାଙ୍ଗକୁ ମାଛ ମାଂସ ଦୋକାନରେ ଗ୍ରାହକଙ୍କ ଗହଳି ଦେଖିବାକୁ ମିଳିଛି।

ରାଜ୍ୟର ଅନ୍ୟତମ ପ୍ରମୁଖ ପରିବା ବଜାର କଟକର ଛତ୍ର ବଜାରରେ ସକାଳେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଲୋକେ ଲକଡାଉକୁ ସମର୍ଥନ କରୁଥିଲେ ବି ପରିବା କିଣିବାକୁ ବାଧ୍ୟ ବୋଲି କହିଛନ୍ତି। ଠିକ୍ ସହିପରି କଟକର ସିଡିଏ ଅଞ୍ଚଳରେ ଥିବା ପରିବା ବଜାରରେ ବି  ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଲୋକେ ସମାଜିକ ଦୂରତା କଥା ବୁଝୁଥିଲେ ବି ତା’କୁ କାମରେ ଲଗାଉ ନଥିବାର ଦେଖିବାକୁ ମିଳିଛି।

ଅପରପକ୍ଷରେ ଭୁବନେଶ୍ବରର ୧ ନମ୍ବର ହାଟ ଏବଂ ଓଲ୍ଡ ଟାଉନ୍ ପରିବା ବଜାରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି।

ଠିକ୍ ସେହିପରି କନ୍ଧମାଳରେ ଲକ୍ ଡାଉନ୍ ସତ୍ତ୍ବେ ଅତ୍ୟାଶ୍ୟକୀୟ ଜିନିଷ କିଣିବାପାଇଁ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବାଲେଶ୍ୱରର ଆଟିଆଇ ମାଛ ମାର୍କେଟ ସମେତ ସହରରେ ବିଭିନ୍ନ ବଜାରରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଛି। ଝାରସୁଗୁଡ଼ା ସହରର ବିଭିନ୍ନ ପରିବା ଓ ମାଛମାଂସ ଦୋକାନରେ ସକାଳ ୬ ଟାରୁ ଲୋକ ଭିଡ଼ ଲଗେଇଥିବା ଦେଖିବାକୁ ମିଳିଛି।

ଅନୁଗୁଳର ମାଛ ମାର୍କେଟରେ ବି ଭିଡ଼ ପରିଲକ୍ଷିତ ହୋଇଛି। ଲକ ଡାଉନର ଚତୁର୍ଥ ଦିନରେ ବି କଡାକଡି ହେଉନି ସରକାରଙ୍କ ନିର୍ଦେଶ। ରାଉରକେଲା ପରିବା ବଜାର ଓ ତେଜରାତି ଦୋକାନରେ ଲୋକଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଛି।

 

ସମ୍ବନ୍ଧିତ ଖବର