ଗଠନ ହେଲା ଷ୍ଟେଟ୍‌ ଟୁରିଜିମ୍‌ ପ୍ରମୋସନ୍‌ କାଉନସିଲ୍‌

ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟଟନର ବିକାଶ, ଏହି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ଏବଂ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଷ୍ଟେଟ୍‌ ଟୁରିଜିମ୍‌ ପ୍ରୋମୋସନ୍‌ କାଉନସିଲ୍‌ (ଏସ୍‌ଟିପିସି) ଗଠନ କରିଛନ୍ତି।

ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିଥିବାବେଳେ ପର୍ଯ୍ୟଟନ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ଗୃହ, ଅର୍ଥ, ପର୍ଯ୍ୟଟନ, ଜଙ୍ଗଲ ଓ ପରିବେଶ, ବାଣିଜ୍ୟ ଓ ପରିବହନ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସଚିବ, ଓଡ଼ିଶାରେ ଯାଇଥିବା ବିଭିନ୍ନ ରେଳପଥର ମହାପ୍ରବନ୍ଧକ, ଫିସିର ବରିଷ୍ଠ ପ୍ରତିନିଧି, ସିଆଇଇର ବରିଷ୍ଠ ପ୍ରତିନିଧି, ବିମାନବନ୍ଦର ନିର୍ଦ୍ଦେଶକ, ଏୟାର ଏସିଆ ମହାପ୍ରବନ୍ଧକ, ଏୟାର ଇଣ୍ଡିଆ ଆଞ୍ଚଳିକ ମୁଖ୍ୟ, ହାରୋର ଜେ.କେ ମହାନ୍ତି, ଆଇଏଟିଏର ବେଞ୍ଜାମିନ ସିମନ୍‌, ଆଇଏଟିଓ ଆଲୋକ କଚମାର ମହାରଣା, ମେ’ ଫେୟାରର ଇଡି ସୌଭାଗ୍ୟ ମହାପାତ୍ର, ହୋଟେଲ କ୍ରାଉନ ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ, ଏଏସ୍‌ଆଇର ହେମସାଗର ନାୟକ, ପର୍ଯ୍ୟଟନ ନିର୍ଦ୍ଦେଶକ ଏଥିରେ ସଦସ୍ୟ ଅଛନ୍ତି।

ସମସ୍ତ ମନୋନୀତ ସଦସ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ତିନି ବର୍ଷ ପାଇଁ ରହିବ। ପର୍ଯ୍ୟଟନ ବିଭାଗ ସଚିବ ଚାହିଁଲେ ସଦସ୍ୟଙ୍କ କାର୍ଯ୍ୟକାଳ ବଢ଼ାଇପାରିବେ। ବର୍ଷକୁ ଥରେ ଏସ୍‌ଟିପିସି ବୈଠକ ବସିବ।

ସେହିପରି ଜିଲ୍ଲା ସ୍ତରରେ ଡିଷ୍ଟ୍ରିକ୍ଟ ଟୁରିଜିମ୍‌ ପ୍ରୋମୋସନ୍‌ କାଉନସିଲ୍‌ (ଡିଟିପିସି) ଗଠନ ହୋଇଛି। ଆରଡିସି ଏହାର ପୃଷ୍ଠପୋଷକ ରହିବାକୁ ଥିବାବେଳେ ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ। ଏହି କାଉନସିଲ୍‌ ଜିଲ୍ଲାସ୍ତରରେ ପର୍ଯ୍ୟଟନ ବିଭାଗର ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବ।

ସମ୍ବନ୍ଧିତ ଖବର