ମହିଳା କମିସନ୍‌ରେ ୭୪୬୪ ମାମଲା ବିଚାରାଧୀନ ଅଛି

ଭୁବନେଶ୍ୱର : ରାଜ୍ୟ ମହିଳା କମିସନ୍‌ରେ ୭୪୬୪ ମାମଲା ବିଚାରାଧୀନ ଅଛି। ଗତ ୫ ବର୍ଷରେ ମୋଟ୍‌ ୧୪,୯୯୦ ମାମଲା ଫଇସଲା ହୋଇଛି। ବିଧାୟକ ସନାତନ ମହାକୁଡ଼ଙ୍କ ଏକ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୧୩-୧୪ରେ ୨୭୮୧, ୨୦୧୪-୧୫ରେ ୨୧୪୬, ୨୦୧୫-୧୬ରେ ୫୦୩୨, ୨୦୧୬-୧୭ରେ ୨୪୮୮, ୨୦୧୭-୧୮ରେ ୨୫୪୩ ମାମଲା ଫଇସଲା ହୋଇଛି। ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ କମିସନ୍‌ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଗ୍ରାମାଞ୍ଚଳରୁ ବହୁ ଗରିବ ମହିଳା ଭୁବନେଶ୍ୱରର କମିସନ୍‌ଙ୍କ ମୁଖ୍ୟାଳୟକୁ ଆସି ଶୁଣାଣି ସମୟରେ ଉପସ୍ଥିତ ରହିବା ସମ୍ଭବ ହୋଇ ନ ଥିବାରୁ କମିସନ୍‌ଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍‌ କୋର୍ଟ କରାଯାଇ ମାମଲାର ଶୁଣାଣି କରାଯାଉଛି। ଜିଲ୍ଲା ସ୍ତରରେ ‘ଜିଲ୍ଲା ମହିଳା କମିସନ୍‌’ ଗଠନ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର