ତିନି ବ୍ରାଉନସୁଗାର ବେପାରୀଙ୍କୁ ଧରିଲା ଏସଟିଏଫ, ବ୍ରାଉନସୁଗାର ସହ ବନ୍ଧୁକ ଜବତ 

ଭୁବନେଶ୍ୱର : ତିନିଜଣ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଛି ଏସଟିଏଫ ବା ସ୍ପେଶାଲ ଟାସ୍କଫୋର୍ସ | ଏହି ଅପରାଧୀମାନେ ବ୍ରାଉନସୁଗାର ବେପାର କରୁଥିବାବେଳେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡିଛି | ଖୋର୍ଦ୍ଧା ଅଞ୍ଚଳର ବେଆଇନ ଖଣି ମାଫିଆଙ୍କୁ ବ୍ରାଉନସୁଗାର ଚାଲାଣ କରିବା ସହ ଲୋକଙ୍କୁ ଭୟଭୀତ କରାଇବା ପାଇଁ ଗୁଳିଚାଳନା ମଧ୍ୟ କରୁଥିଲେ |

ଏମାନଙ୍କ ପାଖରୁ ୧୩୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବନ୍ଧୁକ ଜବତ କରାଯାଇଛି | ସୋମବାର ବିଳମ୍ବିତ ରାତିରେ ଏସଟିଏଫ ଏମାନଙ୍କୁ ଗିରଫ କରିଥିବାବେଳେ ବାହାର ରାଜ୍ୟରୁ ବ୍ରାଉନସୁଗାର ଆଣି ଓଡିଶା ବିଶେଷ କରି ଖୋର୍ଦ୍ଧା ଅଞ୍ଚଳରେ ଏସବୁକୁ ବିକ୍ରି କରୁଥିଲେ | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ଏମାନେ କାରବାର କରୁଥିଲେ |

ଗିରଫ ତିନିଜଣ ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ଶେଖ ଅଜବହାର, ଭୁବନେଶ୍ୱର ଝାରପଡା ଅଞ୍ଚଳର ଶେଖ ଆଜାଦ ଓ ପୁରୀ ବୀରପ୍ରତାପପୁରର ରମାକାନ୍ତ ସାହୁ | ତେବେ କେଉଁ କେଉଁ ଅପରାଧିକ ଗୋଷ୍ଠୀ ସହ ଏମାନଙ୍କର ସମ୍ପର୍କ ଅଛି ପୁଲିସ ବର୍ତ୍ତମାନ ତାହାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର