ଭୁବନେଶ୍ୱର: ଭୁବନେଶ୍ୱରରୁ ଧଳାଜହର କାରବାର କରୁଥିବା ମହିଳା ମାଫିଆ ଧରାପଡ଼ିଛନ୍ତି। ଉକ୍ତ ମହିଳାଙ୍କ ନାମ ହାଇନାରା ଖାତୁନ ବୋଲି ଜଣାପଡ଼ିଛି। ସେ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଆସି ଖାତୁନ ଲକ୍ଷ୍ମୀସାଗରର ହଳଦିପଡିଆ ବସ୍ତିରେ ରହି ଏହି କାରବାର ଚଳାଉଥିଲେ। ଅନ୍ୟ ମାମଲାରେ ବି କ୍ରାଇମବ୍ରାଂଚ ଏସଟିଏଫ ଡ୍ରଗ୍ସ ଖାତୁନକୁ ଅନେକ ଦିନ ହେଲା ଖୋଜୁଥିଲା । ଧଳାଜହର କାରବାର ଘଟଣାରେ ପୂର୍ବରୁ ଦୁଇଜଣ ଗିରଫ ହୋଇସାରିଛନ୍ତି।
ସେପଟେ ପୁଲିସ କବଜାରେ କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍ ରାଜା ରହିଛି। ବାଲାଂଦେଶରୁ ଧଳାଜହର ଆଣି ସାରା ରାଜ୍ୟରେ କାରବାର କରୁଥିଲା । ସହଯୋଗୀଙ୍କୁ ପୁଳାପୁଳା ଟଙ୍କା ଦେଇ ନିଶାବେପାରୀଙ୍କ ପାଖରେ ପହଁଚାଉଥିଲା ଧଳାଜହର । ଆଉ ପୁଲିସକୁ ଚକମା ଦେଇ ଏ ସହରରୁ ସେ ସହରକୁ ବୁଲୁଥିଲା ରାଜା । ରାଜାକୁ ଗିରଫ କରିବା ପରେ ନିଶା ନେଟୱାର୍କର ଗୁମର ଧିରେ ଧିରେ ଖୋଲୁଛି । ପୁଲିସର ମୋଷ୍ଟୱାଂଟେଡ ଏହି କୁଖ୍ୟାତ ନିଶା ବେପାରୀକୁ ଗତକାଲି ଖଣ୍ଡଗିରି ଥାନା ଅନ୍ତର୍ଗତ ପଦ୍ମପୁରରୁ ଗିରଫ କରିଥିଲା ଏସଟିଏଫ୍। ଗିରଫ ପରେ ତା’ଠାରୁ ୧ଲକ୍ଷ ଟଙ୍କା, ଗୁଳି ଭର୍ତି ପିସ୍ତଲ, ୧୩୦ ଗ୍ରାମ ଧଳାଜହର, ୬ଟି ମୋବାଇଲ ଫୋନ୍ ପୁଲିସ ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/chandigarh-hindustan-friday-august-august-worker-chandigarh_43385e46-799b-11e7-930d-20ef51ded0a4.jpg)