ମନ୍ଦିରରୁ ଚୋରି ଅଳଙ୍କାର ବଡ଼ନଦୀ ପଠାରୁ ଉଦ୍ଧାର

ଭଂଜନଗର : ଗତ ମାର୍ଚ୍ଚ ୨୬ ତାରିଖରେ ଭଂଜନଗର ବ୍ଲକ ଜାମପଲ୍ଲୀସ୍ଥିତ ମା’ରାମଚଣ୍ଡି ସୁନା ଓ ରୁପା ନିର୍ମିତ ଅଳଙ୍କାର ଚୋରି ହୋଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲା। ଶନିବାର ଭୋରରେ ଗାଁର କିଛି ଲୋକେ ବଡନଦୀକୁ ଗାଧେଇବାକୁ ଯାଇଥିବା ବେଳେ ବାଲିପଠାରେ ଗୋଟିଏ ଲୁଙ୍ଗିରେ ଅଳଙ୍କାର ବନ୍ଧା ହୋଇଥିବା ଦେଖି ଭଂଜନଗର ଥାନାକୁ ସୂଚନା ଦେଇଥିଲେ। ପୁଲିସ ଉପସ୍ଥିତିରେ ଏହାକୁ ଜବତ କରିବା ପରେ ମନ୍ଦିର ପରିଚାଳନା କମିଟିକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର