ସଂସ୍କୃତି ବିଭାଗ ବି ଉଦାସୀନ

ଭୁବନେଶ୍ବର/କୋଣାର୍କ : ବିଶ୍ବପ୍ରସିଦ୍ଧ କୋଣାର୍କରୁ କାରୁକାର୍ଯ୍ୟ ଖଚିତ ମୂର୍ତି କାଢିନେବା ପ୍ରସଙ୍ଗରେ ସମ୍ବାଦରେ ଖବର ପ୍ରକାଶ ପରେ ସମଗ୍ର ରାଜ୍ୟରେ ଆଜି ହଇଚଇ ସୃଷ୍ଟି ହୋଇଛି। କୋଣାର୍କ ବିେରାଧରେ ଯେ ଏକ ବଡ଼ଧରଣର ଷଡ଼ଯନ୍ତ୍ର ଚାଲିଛି ଏକଥାର ଭଣ୍ଡାେଫାଡ ହେବା ପରେ ବୁଦ୍ଧିଜୀବୀ ମହଲ ଏହାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।

କୋଣାର୍କ ସୁରକ୍ଷା ସମିତି ଆଜି ଏଏସ୍ଆଇ ବିେରାଧରେ ଥାନାର ଦ୍ବାରସ୍ଥ ହୋଇଛି। ଏପଟେ ନିମାପଡା ବିଧାୟକ ସମୀର ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ତାଙ୍କର ହସ୍ତକ୍ଷେପ ଲୋଡିଛନ୍ତି।

କୌତୂହଳର କଥା ହେଲା, କେବଳ ଏଏସ୍ଆଇ ନୁହେଁ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ଉଦାସୀନତା ଆଜି ପଦାେର ପଡିଯାଇଛି। କାରଣ, କୋଣାର୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ୭ ବର୍ଷ ତଳେ ଯେଉଁ କମିଟି ଗଠନ କରିଥିେଲ, ସେ ସଂପର୍କରେ ବର୍ତମାନର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅେଶାକ ପଣ୍ଡାଙ୍କୁ କିଛି ମାଲୁମ ନାହିଁ। ସଂସ୍କୃତି ବିଭାଗ ସଂସ୍କୃତି ରକ୍ଷା ଦିଗରେ ଏତେ ତତ୍ପର େଯ ଏମିତି ଏକ କମିଟି ରହିଛି, ଏ ସଂପର୍କରେ ମଧ୍ୟ ମନ୍ତ୍ରୀଙ୍କୁ ଜଣାଇନାହିଁ।

ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଆଜି କହିଛନ୍ତି, ଏନେଇ ଖବର ପ୍ରସାରଣ ପରେ ସେ ପର୍ଯ୍ୟଟନ ବିଭାଗକୁ ଏ ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ଏ ଦିଗରେ କ’ଣ ପଦକ୍ଷେପ ନିଆଯାଇ ପାରିବ ସେ ନେଇ ଆଲୋଚନା ପୂର୍ବକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ହେଲେ ତାଙ୍କ େନତୃତ୍ବରେ ଯେ କମିଟି ରହିଛି, ଯାହାକୁ ନେଇ ଏଏସ୍ଆଇ କର୍ତୃପକ୍ଷ, ଇନଟାକ୍ ପ୍ରମୁଖଙ୍କୁ ଡାକି ଏ େନଇ ତନାଘନା କରିପାରିବେ, େସ େନଇ ଉଁ କି ଚୁଁ କହିନାହାନ୍ତି।

୨୦୧୧ ମସିହାରେ ପ୍ରଫୁଲ୍ଲ ସାମଲ ସଂସ୍କୃତି ବିଭାଗର ମନ୍ତ୍ରୀ ଥିବାେବଳେ ଭାରତୀୟ ସଂସ୍କୃତି ଓ ସୁରକ୍ଷା ନ୍ୟାସ (ଇନଟାକ୍)ର େକାଣାର୍କ ସୁରକ୍ଷା େନଇ ରାଜ୍ୟ ସରକାରଙ୍କ ଦ୍ବାରସ୍ଥ େହାଇଥିଲା। ସେ ସମୟରେ ବର୍ତମାନର ନିମାପଡା ବିଧାୟକ ସମୀର ଦାଶ ମଧ୍ୟ ସରକାରଙ୍କ ହସ୍ତକ୍ଷେପ େଲାଡିଥିେଲ। ଏହାକୁ ବିଚାରକୁ େନଇ ରାଜ୍ୟ ସରକାର େକାଣାର୍କ ସୁରକ୍ଷା ପାଇଁ ଏକ କମିଟି ଗଠନ କରିଥିେଲ। ମନ୍ତ୍ରୀ ନିେଜ ଥିେଲ ଏହି କମିଟିର ଅଧ୍ୟକ୍ଷ। ଇନଟାକ୍, ନିମାପଡ଼ା ବିଧାୟକ ଶ୍ରୀ ଦାଶ, କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ, ପୁରୀ ଜିଲ୍ଲାପାଳ, ସ୍ଥାନୀୟ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କୁ େନଇ ଏହି କମିଟି ଗଠନ େହାଇଥିଲା। ପ୍ରଥମ ବୈଠକରେ ଏହି କମିଟି ଅନେକ ନିଷ୍ପତ୍ତି େନଇଥିେଲ। େହଲେ ତାହା ହିଁ ଥିଲା ପ୍ରଥମ ଓ େଶଷ ବୈଠକ।

ଆଜି ସମ୍ବାଦ ରିେପାର୍ଟ େଦଖି ହଠାତ୍ ନିମାପଡା ବିଧାୟକଙ୍କର ଏହି କମିଟି କଥା ମନେ ପଡିଯାଇଛି। ଶ୍ରୀ ଦାଶ କହିଛନ୍ତି େଯ େକାଣାର୍କ ବିେରାଧରେ ଚାଲିଥିବା ଷଡ଼ଯନ୍ତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବା ଲାଗି େସ ନିେବଦନ କରିଛନ୍ତି। େକବଳ େସତିକି ନୁେହଁ, େସ ସମୟରେ େଯଉଁ କମିଟି ଗଠନ େହାଇଥିଲା, ତାର ତୁରନ୍ତ ବୈଠକ ଡାକିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା ବିଧାୟକ କହିଛନ୍ତି। ଏହି ଚିଠିର ଏକ ନକଲ େସ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ମଧ୍ୟ ପଠାଇଛନ୍ତି।

ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର କଢ଼ାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ା କୋଣାର୍କଭଳି ଏକ ଐତିହ୍ୟ ସ˚ପନ୍ନ ସ୍ଥାନକୁ ଶ୍ରୀହୀନ ଓ ବଦନାମ କରିବାକୁ କେନ୍ଦ୍ର ମାର୍ଫତରେ ଏଏସଆଇ ଜରିଆରେ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାକୁ କୌଣସି ପ୍ରକାରର ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ମତ ଦେଇଛନ୍ତି। ଏ େନଇ େସ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ େଭଟିେବ େବାଲି ଶ୍ରୀ େସଠୀ କହିଛନ୍ତି।

ସମ୍ବନ୍ଧିତ ଖବର