ଗଣଶିକ୍ଷା ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଢେଲାମାଡ଼

ଆନନ୍ଦପୁର : ଆଜି ବେଲବାହାଳିରେ ଗଣେଷ ଭସାଣି ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡି ଉପରକୁ ହୋଇଛି ଢେଲାମାଡ଼। ଏଥିରେ ମନ୍ତ୍ରୀଙ୍କ ଗାଡ଼ିର କାଚ ଭାଙ୍ଗିଯାଇଛି। ଗଣେଷ ମୂର୍ତ୍ତି ଭଷାଣି ବେଳେ କିଛି ଦୁର୍ବୃତ୍ତ ଏପରି ଘଟଣା ଘଟାଇଥିଲେ। ଢେଲାମାଡ଼ରେ ମନ୍ତ୍ରୀଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଥିଲେ ମଧ୍ୟ ମନ୍ତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି। ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ମନ୍ତ୍ରୀ ଆଜି ବେଲବାହାଳି ଅଭିମୁଖେ ଯାଉଥିବା ବେଳେ ଗଣେଷ ଭଷାଣୀ ଚାଲିଥିବାରୁ ପ୍ରବଳ ଗହଳି ହୋଇଥିଲା। ଗହଳି ଭିତରେ ମନ୍ତ୍ରୀଙ୍କ ଗାଡ଼ି ଫସିଯାଇଥିବା ବେଳେ କିଛି ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିଲେ। ଖବର ପାଇଁ ପୁଲସି ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ରାସ୍ତା ପାର କରାଇଥିଲେ। ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ପରେ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର