କୋଣାର୍କ ବିରୋଧରେ ଷଡ଼୍‌ଯନ୍ତ୍ର : ଶୁଣୁନି କେନ୍ଦ୍ର, ଏଏସ୍ଆଇ

ରାଜ୍ୟ ସଂସ୍କୃତି ବିଭାଗ ମଧ୍ୟ ବେଫିକର, ‘ଏଏସ୍ଆଇକୁ ବିଦା କର, ୟୁେନସ୍କୋ ହାତରେ ଦିଅ’

ଭୁବନେଶ୍ବର : ବିଶ୍ବପ୍ରସିଦ୍ଧ ଐତିହ୍ୟ କୀର୍ତିରାଜି ତଥା ଓଡ଼ିଶାର ଗର୍ବ ଓ ଗୌରବ କୋଣାର୍କ ପ୍ରତି କେନ୍ଦ୍ର ସରକାର ଓ ଏଏସ୍ଆଇ (ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ)ର ସାଂଘାତିକ ଅବହେଳାର ଗୋଟିଏ ପରେ ଗୋଟିଏ ପୃଷ୍ଠା ଖୋଲିବାରେ ଲାଗିଛି। ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ଉଦାସୀନ ମନୋଭାବର ଫାଇଦା ନେଇ କେନ୍ଦ୍ର ସରକାର ଓ ଏଏସ୍ଆଇ କୋଣାର୍କକୁ ମାଟିରେ ମିଶାଇ ଦେବା ଲାଗି ବିରାଟ ଷଡ଼ଯନ୍ତ୍ର ରଚନା କରିଛନ୍ତି। ଯେଉଁ ସବୁ ଅଭିେଯାଗକୁ କେନ୍ଦ୍ର ସରକାର ଓ ଏଏସ୍ଆଇ ୨୦୧୦ ମସିହାେର ଗ୍ରହଣ କରି ଏକାଧିକ କମିଟି, ସବ୍ କମିଟି ଗଠନ କରିଥିେଲ ଓ ଅନୁଧ୍ୟାନ ପାଇଁ ନିଷ୍ପତ୍ତି ନେଇଥିେଲ, ଆଜି ତାହାକୁ ଢୋକି ଦେଇ ମିଥ୍ୟା ବୋଲି ପ୍ରମାଣ କରିବା ଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି।

‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖିଥିଲେ। ସପ୍ତାେହ ହେଲାଣି, କେନ୍ଦ୍ରମନ୍ତ୍ରୀ ଏହି ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରିପାରୁନାହାନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରତ୍ୟୁତ୍ତର େଦବାକୁ ଉଚିତ୍ ମଣିନାହାନ୍ତି। କୋଣାର୍କ ପ୍ରତି ଯେଉଁ ଅବହେଳା କରାଯାଉଛି, ତାହା ରାଜ୍ୟବାସୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ସ୍ଥାନୀୟ ଅଞ୍ଚଳରେ ଏ ନେଇ ୧୭ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଛି।

େକାଣାର୍କରେ ଆଇଓସିଏଲ୍ ବାଖ୍ୟାନ କେନ୍ଦ୍ର ଖୋଲିବା ସହିତ ୨୦୧୮ ନୂଆବର୍ଷକୁ ଚନ୍ଦ୍ରଭାଗାରୁ ସ୍ବାଗତ କରିଥିେଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଭୟସ୍ଥାନରେ ଏହି ଐତିହ୍ୟ କୀର୍ତିରାଜିର ଭୂୟଶୀ ପ୍ରଶଂସା କରାଯାଇଥିଲା। ହେଲେ ବିେଜପି କିମ୍ବା େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣାର୍କ ସଂରକ୍ଷଣ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି।

ବରଂ ଯେଉଁ ଏଏସ୍ଆଇ କର୍ତୃପକ୍ଷ କୋଣାର୍କକୁ ଗୁରୁତର ଅବହେଳା କରି ଧ୍ବଂସ ମୁଖକୁ ଠେଲି ଦେଲେଣି, ତାଙ୍କରି ହାତରେ ଅନୁଗୁଳର ଭ୍ରିେଙ୍ଗଶ୍ବର ମନ୍ଦିର, ଢେଙ୍କାନାଳର କନକେଶ୍ବର ମହାେଦବ ମନ୍ଦିର ଓ ମୟୂରଭଂଜର ଦୁର୍ଗ ଭଳି ତିନିଟି ଅତି ସୁନ୍ଦର କୀର୍ତିରାଜିକୁ ଟେକି ଦିଆଯାଇଥିବା ସଂକ୍ରାନ୍ତରେ ସଂସ୍କୃତି ମନ୍ତ୍ରୀଙ୍କ ଚିଠି କେନ୍ଦ୍ରମନ୍ତ୍ରୀଙ୍କୁ ଗଦଗଦ୍ କରିଛି।

ଅନ୍ୟପଟରେ ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଭାଗୀୟ ଅଧିକାରୀ ଏମିତି ଆଚରଣ କରୁଛନ୍ତି, େଯମିତି େକାଣାର୍କ ବିେରାଧରେ େହାଇଥିବା ଷଡ଼ଯନ୍ତ୍ର ବିେରାଧରେ ସେମାନେ ଆଗରୁ ଜାଣିନଥିେଲ। ଅସଲ କଥା େହଲା, ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାର ସଂସ୍କୃତି ସୁରକ୍ଷା ଦିଗରେ ଏତେ େବଫିକର େଯ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ େକାଣାର୍କ ସଂପର୍କରେ େକନ୍ଦ୍ରର ହସ୍ତକ୍ଷେପ େଲାଡି ଚିଠି େଲଖିବା ପରେ ବି ସଂପୃକ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ଲାଗି ଆଗ୍ରହ େଦଖାଇନାହାନ୍ତି। ନିଜ କାର୍ଯ୍ୟାଳୟରେ ଏକ ବୈଠକ କରିଦେଇ ଦାୟିତ୍ବ ଖସାଇ େଦଇଛନ୍ତି। େକାଣାର୍କ ଭଳି ଐତିହ୍ୟ ସଂରକ୍ଷଣ ଦିଗରେ େଯଉଁ ଷଡ଼ଯନ୍ତ୍ର ଚାଲିଛି, ତାର ବର୍ତମାନ ସ୍ଥିତି ପରଖିବା ଲାଗି ନା ରାଜ୍ୟ ସଂସ୍କୃତି ମନ୍ତ୍ରୀ ବା ଅଧିକାରୀଙ୍କ ବିେବକ ଦଂଶନ କରୁଛି ନା ଘଟଣାର ଗମ୍ଭୀରତା େନଇ ଚିନ୍ତା ପ୍ରକଟ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସରଜମିନ ଅନୁଧ୍ୟାନ ଲାଗି ନିେର୍ଦଶ େଦଉଛନ୍ତି।

ବିେଶଷଜ୍ଞମା‌େନ କହୁଛନ୍ତି, ରାଜ୍ୟ ସରକାର ଏଏସ୍ଆଇକୁ େକାଣାର୍କ ସଂରକ୍ଷଣ ଦାୟିତ୍ବ େଦଇ େଯମିତି ନିଜ ମୁଣ୍ଡରୁ ସବୁ େବାଝକୁ ଓହ୍ଲାଇ ଦେଇଥିବା ଅନୁଭବ କରୁଛନ୍ତି। ଏଣୁ ରାଜ୍ୟର ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା େନଇ େଯଉଁଭଳି ତତ୍ପରତା େଦଖାଇବା କଥା େସଥିରେ େଘାର ଅବହେଳା ପରିଲକ୍ଷିତ େହଉଛି। ଏମିତି ନୁେହଁ େଯ ରାଜ୍ୟ ସରକାର କିଛି ଜାଣିନାହାନ୍ତି। ୨୦୧୦ରୁ ଏ େନଇ ଚାଲିଥିବା ତନାଘନାକୁ ରାଜ୍ୟ ସଂସ୍କୃତି ବିଭାଗ େଯଭଳି କଠୋର ଦୃଷ୍ଟିଭଙ୍ଗୀରେ ଦେଖିବା କଥା ତାହା ବି ତାଙ୍କ କାର୍ଯ୍ୟରେ ପରିଲକ୍ଷିତ େହଉନି?

ଗବେଷକ ତଥା କଳିଙ୍ଗ େହରିେଟଜ୍ ପ୍ରିଜରଭେସନ୍ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଅନୀଲ େଦ କହିଛନ୍ତି, ରାଜ୍ୟ ସରକାର େବାଧହୁଏ ଭାବୁଛନ୍ତି, େକାଣାର୍କ ଓଡ଼ିଶାର ସମ୍ପତ୍ତି ନୁେହଁ। ଏବେ ସମୟ ଆସିଯାଇଛି, ମୁଖ୍ୟମନ୍ତ୍ରୀ ତୁରନ୍ତ ଏଏସ୍ଆଇକୁ ଦାୟିତ୍ବମୁକ୍ତ କରନ୍ତୁ ଓ ଏହି ବିଶାଳ ଐତିହ୍ୟ କୀର୍ତିରାଜିକୁ ୟୁେନସ୍କୋକୁ ହସ୍ତାନ୍ତର କରନ୍ତୁ। ୟୁେନସ୍କୋ ମିଶରର ଆବୁସିମ୍ବଲ ସୂର୍ଯ୍ୟମନ୍ଦିରକୁ ଆସଵାନ ଜଳଭଣ୍ଡାର ଗ୍ରାସରୁ ଖଣ୍ଡ କରି କାଟିଥିେଲ ଓ ୬୯୦ ଫୁଟ ଦୂରରେ ଏବଂ ୨୦୦ ଫୁଟ ଉଚ୍ଚତାରେ ଏହାକୁ ନିଖୁଣ ଭାବେ େଯାଡି ଦିଆଯାଇଥିଲା। ଇଣ୍ଡୋେନସିଆର େବାେରାବୋଦୁର ଠାରେ ଆହୁରି ଜଟିଳ ପଦ୍ଧତିରେ ୟୁେନସ୍କୋ ସଂରକ୍ଷଣ କରିଥିବା ପ୍ରମାଣ ରହିଛି। ଅଷ୍ଟମ ଶତା୍ବ୍ଦୀର ବୌଦ୍ଧ ମଠକୁ ପୁଣି ଥରେ ପ୍ରାଣ େଦବାକୁ ଯାଇ ଆଠ ଲକ୍ଷ ଖଣ୍ଡିତ ଅଂଶକୁ ଘଞ୍ଚ ଅରଣ୍ୟ ଭିତରୁ ସଂଗ୍ରହ କରି ୟୁେନସ୍କୋ କର୍ତୃପକ୍ଷ ତାକୁ େଯାଡିଥିେଲ। ଯାହାର ପରିଣାମରେ ଏହି କୀର୍ତିରାଜି ପୁଣି ଜୀବନ୍ୟାସ ପାଇଛି।

ପୂର୍ବତନ ସାଂସଦ ଡ. କାର୍ତିେକଶ୍ବର ପାତ୍ର େକ୍ଷାଭ ପ୍ରକଟ କରି କହିଛନ୍ତି, େଚଇଁ େଶାଇଥିବ ଯିଏ, ତାକୁ ଉଠାଇବ କିଏ। ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦାୟିତ୍ବରେ ଥିବା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଠାରୁ ଆରମ୍ଭ କରି ବର୍ତମାନର ମନ୍ତ୍ରୀ ଅେଶାକ ଚନ୍ଦ୍ର ପଣ୍ଡାଙ୍କୁ େସ ଏ େନଇ ପୂର୍ବରୁ ଲିଖିତ ଭାବେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି େଲଖିଛନ୍ତି ଓ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ େଭଟି ଲିଖିତ ଭାବେ ଜଣାଇଛନ୍ତି। େକାଣାର୍କ ଖୁବ୍ ଶୀଘ୍ର ଭଗ୍ନସ୍ତୂପରେ ପରିଣତ େହବ, ଏେନଇ ସତର୍କ କରାଯାଇଛି। ମନେ େହଉଛି, ଭଗ୍ନ େକାଣାର୍କର ସୁରକ୍ଷା ପାଇଁ କାହାର ଚିନ୍ତା ନାହିଁ। ରାଜ୍ୟ ସରକାର ମନେ ରଖିବା ଉଚିତ, ଇତିହାସ ବଞ୍ଚି ରହିେଲ ଜାତି ବଞ୍ଚିବ। ଇତିହାସ େଲାପ ପାଇଗଲେ ଜାତିର ପ୍ରାଣ କ୍ଷୀଣ େହାଇଯିବ।

ଉଲ୍ଲେଖଥାଉକି, ଗତ ୫୦ ବର୍ଷ ଧରି େକାଣାର୍କକୁ େନଇ ଉଦବେଗ ପ୍ରକାଶ ପାଇ ଆସୁଛି। େହଲେ ବାରମ୍ବାର ଓଡ଼ିଶାବାସୀ ପ୍ରତାରିତ େହାଇଛନ୍ତି। େଶଷ ଥର ପାଇଁ ୨୦୧୦ ମସିହା ମାର୍ଚ ୨୦ ଓ ୨୧ ତାରିଖରେ ବିଶ୍ବପ୍ରସିଦ୍ଧ େକାଣାର୍କର ସଂରକ୍ଷଣ େନଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବର୍ତମାନ େଯଉଁ ସ୍ଥିତି ସୃଷ୍ଟି େହାଇଛି, େସ େନଇ େସତେବେେଳ ବି ବିେଶଷଜ୍ଞମାେନ ଉଦବେଗ ପ୍ରକାଶ କରିଥିେଲ। ବ୍ୟାପକ ଆେଲାଚନା ଓ ପର୍ଯ୍ୟାେଲାଚନା ପରେ ସ୍ଥିର େହାଇଥିଲା, ତତ୍କାଳୀନ ଏଏସ୍ଆଇ ମହାନିେର୍ଦଶକଙ୍କ ଅଧ୍ୟକ୍ଷତାରେ େକନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ ଓ ବିେଶଷଜ୍ଞଙ୍କୁ େନଇ ଏକ ଷ୍ଟିଅରିଂ କମିଟି ଗଠନ େହବ। ୪ଟି ସବ୍ କମିଟି ବି ଗଠନ େହାଇଥିଲା। ମନ୍ଦିର ପରିସର ଓ ଆଖପାଖରେ ଥିବା ସଂରକ୍ଷିତ ବା ସଂରକ୍ଷଣ େଯାଗ୍ୟ ମୂର୍ତି ଆଦିର ପଞ୍ଜୀକରଣ ଓ ଜଗମୋହନର ନିରୀକ୍ଷଣ ଓ ବାଲୁକା ଅପସାରଣ ଲାଗି େଯଉଁ ସବ୍ କମିଟି ଗଠନ େହାଇଥିଲା, ତାର ଅବଧି ଥିଲା ୯ମାସ। ମନ୍ଦିରର ଭାସ୍କର୍ଯ୍ୟ ଖଚିତ ପଥର ସଂରକ୍ଷଣ ସବ୍ କମିଟିକୁ ୩ମାସ ଓ ଜଳ ନିଷ୍କାସନ ତଥ୍ୟ ଅନ୍ୟାନ୍ୟ ପରିଚାଳନା ପାଇଁ େଯଉଁ ସବ୍ କମିଟି ଗଠନ େହାଇଥିଲା, ତାକୁ ୬ମାସ ସମୟ ଦିଆଯାଇଥିଲା।

କୌତୂହଳର କଥା େହଲା, େକନ୍ଦ୍ର ସରକାର ଓ ଏଏସ୍ଆଇ େକାଣାର୍କ ସୁରକ୍ଷା ପାଇଁ ଏତେ ବ୍ୟଗ୍ର େଯ ୨୦୧୦ ମସିହାର ଏହି ରିେପାର୍ଟ ୨୦୧୧ରେ ତ ଆସିଲା ନାହିଁ, ବରଂ ୨୦୧୧ େମ ମାସ େବଳକୁ ଏହା କାର୍ଯ୍ୟକାରୀ େହଲା। ୪ଟି ସବ୍ କମିଟି ବଦଳରେ ମାତ୍ର ୨ଟି ସବ୍ କମିଟି ଗଠନ େହଲା। ୭ ବର୍ଷ ପରେ ବି ସବ୍ କମିଟି ରିେପାର୍ଟ କୁଆଡେ ଗଲା? ରୁରକି ସ୍ଥିତ େସଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ମନ୍ଦିରର ବିଭିନ୍ନ ଅଂଶର ସ୍ଥିତି, ବାଲୁକା ଅପସାରଣ ଉପରେ ଅନୁଧ୍ୟାନ କରି ରିେପାର୍ଟ େଦବାକୁ କୁହାଯାଇଥିଲା। ସଂପୃକ୍ତ କର୍ତୃପକ୍ଷ ଏେନଇ କାର୍ଯ୍ୟ ବି କଲେ। ମାତ୍ର ଏହି ସଂସ୍ଥାର ରିେପାର୍ଟ କୁଆଡେ ଗଲା, େସ େନଇ ଆଜି ବି ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି।

ଇନଟାକର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀଙ୍କ କହିବା କଥା, ୨୦୧୪ ମସିହାରେ ତତ୍କାଳୀନ େକନ୍ଦ୍ର ସଂସ୍କୃତି ସଚିବ ଓଡ଼ିଶା ଆସି ପୁରୀ ଓ େକାଣାର୍କ ପରିଦର୍ଶନ କରିଥିେଲ। ଏଏସ୍ଆଇ ଓ ରାଜ୍ୟ ସରକାରଙ୍କ ସହିତ ବିସ୍ତୃତ ଭାବେ ଆେଲାଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମାର୍ଗଦର୍ଶନ କରିଥିଲେ। ଏସବୁ କମିଟି ଓ ସବ୍ କମିଟିକୁ ରିେପାର୍ଟ ତ୍ବରାନ୍ବିତ କରିବା ଲାଗି ନିେର୍ଦଶ ଦିଆଯାଇଥିଲା। େହଲେ ଏଏସ୍ଆଇ କର୍ତୃପକ୍ଷ େକନ୍ଦ୍ର ସଂସ୍କୃତି ସଚିବଙ୍କ ନିେର୍ଦଶକୁ ମଧ୍ୟ ଫୁ କରି ଉଡାଇ େଦଇଛନ୍ତି ଓ େକାଣାର୍କ ପ୍ରସଙ୍ଗରେ େଗାଟିଏ ପରେ େଗାଟିଏ ମିଛ ଅବତାରଣା କରି ଦାୟିତ୍ବ ଝାଡିେଦଉଛନ୍ତି।

ସମ୍ବନ୍ଧିତ ଖବର