ଫାଙ୍କି ଉଡ଼ାଇଦେଲା ଏଏସ୍ଆଇ

ଶୂନ୍ୟସ୍ଥାନ ଥିଲା, ସମତଳ ପଥର ଲଗାଇଛୁ, ତାହା ହେଲେ ମୂର୍ତି ଗଲା କୁଆଡ଼େ?, ଆଜି ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ବର : ଆମେ ଯାହା କରିଛୁ, ଠିକ୍ କରିଛୁ। କିଛି କାରୁକାର୍ଯ୍ୟ କାଢିନାହୁଁ। ଶୂନ୍ୟସ୍ଥାନ ଥିଲା, ସାଧା ପଥର ଲଗାଇ ପୂରଣ କରାଯାଇଛି।

କାରୁକାର୍ଯ୍ୟରେ ପୂର୍ଣ୍ଣ ବିଶ୍ବପ୍ରସିଦ୍ଧ େକାଣାର୍କରେ ସମତଳ ପଥର ଲଗାଇ ବିକୃତ କରିବା ପ୍ରସଙ୍ଗକୁ ଏମିତି ଢଙ୍ଗରେ ଫାଙ୍କି ଉଡ଼ାଇ େଦଇଛି ଏଏସ୍ଆଇ। ଆସନ୍ତାକାଲି ସଂସ୍କୃତି ମନ୍ତ୍ରୀ ଅେଶାକ ପଣ୍ଡାଙ୍କ ଅଧ୍ୟକ୍ଷତାରେ େକାଣାର୍କ ସୁରକ୍ଷା ସଂପର୍କିତ ବୈଠକ ପୂର୍ବରୁ ଆଜି ଏଏସ୍ଆଇ କର୍ତୃପକ୍ଷ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀଙ୍କୁ େଭଟି ଏମିତି ବୁଝାଇଛନ୍ତି। ଏଏସ୍ଆଇ କର୍ତୃପକ୍ଷଙ୍କ ଯୁକ୍ତି ଆଜି ସଂସ୍କୃତି େପ୍ରମୀ, ବୁଦ୍ଧିଜୀବୀଙ୍କୁ ଆଚମ୍ବିତ କରିଛି। ଓଡ଼ିଶାର ଭାବାେବଗ ସହିତ ଏଏସ୍ଆଇ କର୍ତୃପକ୍ଷ କିଭଳି େଖଳୁଛନ୍ତି, ତାହା ଧରାପଡ଼ିଯାଇଛି। କାରଣ େକାଣାର୍କ ମୁଖଶାଳାର େଗାଟିଏ ପାର୍ଶ୍ବରେ ଆଉ ପ୍ରାୟ କାରୁକାର୍ଯ୍ୟ ନାହିଁ। ଏହାବ୍ୟତୀତ ଅନ୍ୟ ଭାଗରେ ମଧ୍ୟ ବ୍ୟାପକ ଅଞ୍ଚଳରେ ସମତଳ ପଥର ଲଗାଯାଇଛି। ଅର୍ଥାତ୍ ଏସବୁ ଅଞ୍ଚଳରେ କଣ କାରୁକାର୍ଯ୍ୟ ଖଚିତ ପଥର ନଥିଲା? ଏସବୁକୁ େକହି େଚାରି କରି େନଇଯାଇନାହାନ୍ତି ତ? ଏହାର ଚିତ୍ର ବା ଭିଡିଓ ଏବେ ମିଳିବନି େବାଲି ଭାବି କର୍ତୃପକ୍ଷ ଏଭଳି ବିତଣ୍ଡା ଯୁକ୍ତି ରଖିନାହାନ୍ତି ତ? ପ୍ରତି ଇଞ୍ଚରେ କାରୁକାର୍ଯ୍ୟ ଭର୍ତି େହାଇ ରହିଥିବା େବଳେ ଏତେବଡ଼ ସ୍ଥାନ କିଭଳି ଖାଲିଥିଲା। ଯଦି ଥିଲା, ଶୂନ୍ୟ ଅଞ୍ଚଳକୁ େନଇ ମନ୍ଦିର କିଭଳି ରହିଛି? ଏଭଳି ଅୟୁତ ପ୍ରଶ୍ନ ଏବେ ସବୁ ମହଲକୁ ଆନ୍ଦୋଳିତ କଲାଣି।

ବିଶ୍ବ ପ୍ରସିଦ୍ଧ କୋଣାର୍କରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି କାଢ଼ିନେବା ପ୍ରସଙ୍ଗରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠିଲା ପରେ ସଂସ୍କୃତି ବିଭାଗ ତନାଘନା ଆରମ୍ଭ କରିଛି। ଆଜି ବିଭାଗୀୟ ସଚିବଙ୍କ ଡାକରା ପାଇ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଓଡ଼ିଶା ଶାଖା ଅଧିକାରୀମାନେ ସଚିବାଳୟ ଯାଇଥିଲେ।

ଏଏସ୍‌ଆଇ ଓଡ଼ିଶା ସର୍କଲ୍‌ର ଆଞ୍ଚଳିକ ମୁଖ୍ୟ ଅରୁଣ ମଲ୍ଲିକ ଓ ଉପ ଯନ୍ତ୍ରୀ ତପନ ଭଟ୍ଟଚାର୍ଯ୍ୟ କହିଥିଲେ, କୋଣାର୍କ ମନ୍ଦିରର ଯେଉଁ ସବୁ ସ୍ଥାନରେ ସାଦା ପଥର ଲାଗିଛି, ସେସବୁ ବ୍ରିଟିସ୍ ଅମଳରୁ ଲଗାଯାଇଛି। କୌଣସି ସ୍ଥାନରେ ପଥରର କାରୁକାର୍ଯ୍ୟ କଢ଼ାଯାଇ ନାହିଁ କି ଅପସାରିତ ହୋଇ ନାହିଁ। ଯେଉଁଠାରେ ଶୂନ୍ୟସ୍ଥାନ ରହିଛି ତାହାକୁ ସାଦା ପଥରରେ ପୂରଣ କରାଯାଇ ଏହି ବିଶ୍ବବିଖ୍ୟାତ କୀର୍ତ୍ତିର ସୁରକ୍ଷା ନିମନ୍ତେ ଉଦ୍ୟମ କରାଯାଇଛି। ବିଶ୍ବ ପ୍ରସିଦ୍ଧ କୋଣାର୍କକୁ ସୁରକ୍ଷିତ ରଖିବାକୁ ଏଏସ୍‌ଆଇ ପ୍ରତିଶ୍ରୁତିବଦ୍ଧ।

ଆସନ୍ତାକାଲି କୋଣାର୍କର ସୁରକ୍ଷା ସଂପର୍କରେ ସଂସ୍କୃତି ମନ୍ତ୍ରୀ ଅ‌େଶାକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ହେବ। ଏଥିରେ ଉନ୍ନୟନ କମିସନର, ସଂସ୍କୃତି ବିଭାଗ ପ୍ରମୁଖ ସଚିବ, ପୁରୀ ଜିଲ୍ଲାପାଳ, କାକଟପୁର ଓ ନିମାପଡ଼ା ବିଧାୟକ ଏବଂ ଏଏସ୍‌୍ଆଇ ଅଧିକାରୀମାନେ ଉପସ୍ଥିତ ରହିବେ। ଏଥିରେ ଜଣାଶୁଣା ବିଶେଷଜ୍ଞମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ଆଲୋଚନା ଏବଂ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ଏଏସ୍‌ଆଇ ପକ୍ଷରୁ କୋଣାର୍କ ସୁରକ୍ଷା ନେଇ ଯେପରି ତତ୍ପରତା ପ୍ରକାଶ ପାଇବା କଥା ଏ ପର୍ଯ୍ୟନ୍ତ ହୋଇ ନାହିଁ। ସେହି ପୁରୁଣା କଥାକୁ ଅଧିକାରୀମାନେ ଦୋହରାଇଚାଲିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଆସନ୍ତାକାଲି ବୈଠକକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

ଆହୁରି ମଧ୍ୟ ସାତ ବର୍ଷ ତଳେ ତତ୍‌କାଳୀନ ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଣାର୍କ ସୁରକ୍ଷା ନେଇ ବୈଠକ ହୋଇଥିଲା। କିନ୍ତୁ ସେହି ବୈଠକର ନିର୍ଯ୍ୟାସ କ’ଣ ବାହାରିଲା ଓ ତାହାକୁ କିପରି କାର୍ଯ୍ୟକାରୀ କଲା, ତାହାର ବିନ୍ଦୁବିସର୍ଗ ବି କେହି ଜାଣିପାରୁ ନାହାନ୍ତି। ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଏ ନେଇ କୌଣସି ତଥ୍ୟ ନାହିଁ।

କୋଣାର୍କ ସ୍ଥିତି ଉପରେ ସରଜମିନ୍ ତଦନ୍ତ ପାଇଁ ସଂସ୍କୃତି ବିଭାଗର ସଚିବଙ୍କ ନେତୃତ୍ବରେ ଏକ କମିଟି କୋଣାର୍କ ଯିବା ପାଇଁ ଯୋଜନା ଚାଲିଛି। ଏଥିରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ, ବି‌େଶଷଜ୍ଞ ଓ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ସାମିଲ୍ ହେବେ।

ସମ୍ବନ୍ଧିତ ଖବର