ଚିଲିକା ମଝିରେ ଘୂର୍ଣ୍ଣିଝଡ଼ : ଉପରକୁ ଉଠିଗଲା ଜଳରାଶି, କୂଳରେ ଆତଙ୍କ

ବ୍ରହ୍ମଗିରି : ଆଜି ଅପରାହ୍ନରେ ହଠାତ୍‌ ଚିଲିକାର ଗମ୍ଭାରୀ ପଞ୍ଚାୟତ ଟୁଆ ଗାଁ ନିକଟରେ ଘୂର୍ଣ୍ଣିଝଡ଼ ହୋଇଛି। ଚିଲିକା ଜଳରାଶି ଉପରେ ଏହି ଘୂର୍ଣ୍ଣିଝଡ଼ (ଟର୍ଣ୍ଣାଡୋ) ହୋଇଥିବାରୁ ସ୍ଥଳଭାଗରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ। ତେବେ ଏହାର ପ୍ରଭାବରୁ ପାଖରେ ଥିବା ଟୁଆ ଗାଁରେ ୩ ବଖରା ଘର ଛପର ଉଡ଼ି ଯାଇଛି।

ଆଜି ଅପରାହ୍ନ ସାଢେ ଚାରିଟାରେ କୃଷ୍ଣପ୍ରସାଦ ବ୍ଲକ୍‌ ଇଲାକରେ କଳାହାଣ୍ଡିଆ ମେଘ ଉଠାଇବା ସହିତ ଜୋର୍‌ରେ ପବନ ବହିଥିଲା। ପବନ ସହିତ ଚିଲିକାରୁ ପ୍ରବଳ ବେଗରେ ପାଣି ଉଠିବା ଦେଖାଯାଇଥିଲା। ଟୁଆ ଗାଁର କାଳୁ ଚରଣ ମୁଦୁଲିଙ୍କର ୩ ବଖରା ଆଜବେଷ୍ଟ ଘର ଉଡ଼ି ଯାଇଥିଲା। ପବନରେ ଘରର ଆଜବେଷ୍ଟକୁ ପ୍ରାୟ ୫ଶହ ଫୁଟ୍‌ ଉପରକୁ ଉଠି ଯାଇଥିଲା। ତିନି ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଘରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆଖପାଖରେ ଥିବା ଆଉ ଦୁଇଟି ଚାଳ ଛପର ଘର ମଧ୍ୟ ଉଡ଼ି ଯାଇଥିଲା। ଘୂର୍ଣ୍ଣିଝଡ଼ ହୋଇଥିବା ସ୍ଥାନରେ ଚିଲିକାର ଜଳରାଶି ଉପରକୁ ଉଠିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର