ନଡ଼ାରୁ ଉତ୍ପାଦନ ହେବ ଇନ୍ଧନ: ବାସ୍ତବତା ନା ଧୂଆଁବାଣ

ଓୟୁଏଟି-ବିପିସିଏଲ୍‌ ମଧ୍ୟରେ ଚକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ନଡ଼ାରୁ ଇନ୍ଧନ ଉତ୍ପାଦନ ହେବ! ଏ ବିଷୟରେ ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ଯଦି ସତ ହୁଏ ଆହୁରି ଅଧିକ ଖୁସି ଲାଗିବ। ପ୍ରକଳ୍ପ ଯଦି ସତ ହୁଏ, ତେବେ ଇନ୍ଧନ ପାଇଁ ଆମେ କିଛିଟା ପରିମାଣରେ ଆତ୍ମନିର୍ଭରଶୀଳ ହୋଇପାରିବା। ବିଦେଶରୁ ଆମଦାଦୀ ହେଉଥିବା ଇନ୍ଧନ ଉପରେ ଆମକୁ ସେତେ ବେଶୀ ନିର୍ଭର କରିବାକୁ ପଡ଼ିବ ନାହିଁ। ପ୍ରକଳ୍ପକୁ କାର୍ଯ୍ୟରେ ରୂପାନ୍ତରିତ କରିବା ପାଇଁ ରବିବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଲ(ବିପିସିଏଲ) ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇ ଯାଇଛି। ଜୈବ ଇନ୍ଧନକୁ ପ୍ରୋତ୍ସାହନ କରିବା ପାଇଁ ହୋଇଥିବା ଚୁକ୍ତିରେ ନଡାରୁ କିପରି ଇନ୍ଧନ ପ୍ରସ୍ତୁତ ହୋଇପାରିବ ସେନେଇ ଓୟୁଏଟି ଗବେଷଣା କରିବ। ଏଥି ପାଇଁ ବିପିସିଏଲ ୫ କୋଟି ଟଙ୍କା ସହାୟତା ଯୋଗାଇବ।

ଓଡ଼ିଶାରେ ପ୍ରଚୁର ପରିମାଣରେ ଧାନ ଚାଷ ହେଉଥିବାରୁ ନଡ଼ାର ଅଭାବ ନାହିଁ। ଏପର୍ଯ୍ୟନ୍ତ ନଡ଼ାକୁ ଗୋଖାଦ୍ୟ, ଘରଛାଉଣୀ ଓ ଛତୁଚାଷ ପାଇଁ ବ୍ୟବହାର କରାଯାଉଛି। ନଡାରୁ ଇନ୍ଧନ ଉତ୍ପାଦନ ପାଇଁ ବିପିସିଏଲକୁ ମୁମ୍ବାଇସ୍ଥିତ ଇଷ୍ଟିଚ୍ୟୁଟ ଅଫ୍‌ କ୍ୟାମିକାଲ ଟେକ୍ନୋଲୋଜି ଠାରୁ ପ୍ରେରଣା ମିଳିଛି। ଓଡ଼ିଶାରେ ପରୀକ୍ଷାଗାର ପାଇଁ ବିପିସିଏଲ ୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବ। ଏ ନେଇ ଓୟୁଏଟି-ବିପିସିଏଲ ମଧ୍ୟରେ ଚକ୍ତି ସ୍ୱାକ୍ଷର ହୋଇଛି।

ପ୍ରଫେସର (ଡ.) ଲଳିତ ମୋହନ ଗଡ଼ନାୟକ, ଡିନ୍‌, ଓୟୁଏଟି

ଓୟୁଏଟି-ବିପିସିଏଲ ମଧ୍ୟରେ ବୁଝାମଣା ସ୍ୱାକ୍ଷର ପର୍ବ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟରେ ଧାନ ଚାଷ ପ୍ରଚୁର ପରିମାଣରେ ହେଉଥିବାରୁ ଏଠାରେ ନଡ଼ାର ଅଭାବ ନାହିଁ। କିନ୍ତୁ ନଡ଼ାର ସୁବିନିଯୋଗ ହୋଇ ପାରୁ ନାହିଁ। ଏହାକୁ କାମରେ ଲଗାଇଲେ ଚାଷୀଙ୍କ ରୋଜଗାର ବଢ଼ିବ ଓ ସେମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ମଜବୁତ ହୋଇ ପାରିବେ। ପ୍ରଧାନ କହିଛନ୍ତି, ପ୍ରାୟ ୭ କୋଟି ଟଙ୍କା ବିନିଯୋଗରେ ବିପିସିଏଲ ପକ୍ଷରୁ ଏକ କାରଖାନା ନିର୍ମାଣ ହେଉଛି। କେବଳ ଧାନର ସର୍ବନିମ୍ନ ସହାୟକ ବୃଦ୍ଧି ଚାଷୀର ଆର୍ଥିକ ମାନଦଣ୍ଡକୁ ବଢ଼ାଇବ ନାହିଁ ବରଂ କୃଷି ସମ୍ପର୍କିତ ଅଧିକ ରୋଜଗାର ବାଟ ଖୋଲିବା ଜରୁରୀ ବୋଲି ସେ କହିଛନ୍ତି।

ବାସ୍ତବତା କ’ଣ?

ସୂଚନାଯୋଗ୍ୟ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବରଗଡ଼ ଜିଲ୍ଲାରେ ଆୟାଜିତ ଏକ ବିଶାଳ ଚାଷୀ ସମାବେଶରେ ଯୋଗ ଦେଇଥିଲେ। ଚାଷୀ ଆତ୍ମହତ୍ୟା, ଚାଷ ଜମିକୁ ଜଳ ଯୋଗାଣ ଓ ଅନ୍ୟାନ୍ୟ ଚାଷୀ ସମସ୍ୟାର ସମାଧାନର କରାଯିବା ବୋଲି ମୋଦି ତାଙ୍କର ଭାଷଣରେ କହିଥିଲେ। ସେତେବେଳେ ମୋଦି କହିଥିଲେ, ୧୦୦ କୋଟି ଟଙ୍କା ବିନିଯୋଗରେ ବରଗଡ଼ ଜିଲ୍ଲାର ଭଟଲି ଠାରେ ନଡ଼ାରୁ ଇନ୍ଧନ ଉତ୍ପାଦନ କରିବା ପାଇଁ ଏକ କାରଖାନ ବସିବ। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ କାରଖାନାରେ ରୋଜଗାର ମିଳିବା ସହିତ ଚାଷୀଙ୍କ ନଡ଼ା ସୁବିନିଯୋଗ ହୋଇ ପାରିବ। ମାତ୍ର ଦୁଃଖର କଥା ଯେ, କାରଖାନା ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇ ପାରି ନାହିଁ। କେନ୍ଦ୍ର ସରକାର କହୁଛନ୍ତି, ରାଜ୍ୟସରକାର ଜମି ଉପଲବ୍ଧ କରି ପାରି ନାହାଁନ୍ତି। ଅପରପକ୍ଷେ ରାଜ୍ୟ ସରକାର ମଧ୍ୟ ଓଲଟା ପ୍ରତିକ୍ରିୟା ଦେଉଛନ୍ତି। କାରଖାନା ପାଇଁ ଜମି ଉପଲବ୍ଧ କରିବା, ଭଟଲିରେ କାରଖାନା ନିର୍ମାଣ ହେବା ସରକାରଙ୍କ କାମ। ଖାଲି ସରକାରଙ୍କ ଯୋଜନା କେବେ ସତରେ ପରିଣତ ହେଉଛି ଦେଖିବାକୁ ରହିଲା।

ସମ୍ବନ୍ଧିତ ଖବର