କଲେଜ ଅଧ୍ୟାପକ ଓ ଅଣଶିକ୍ଷକଙ୍କ ସମାବେଶ

ଭୁବନେଶ୍ୱର: ଅଖିଳ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣ-ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ(ଯୁକ୍ତ୨ ଓ ଯୁକ୍ତ୩) ଅଧ୍ୟାପକ ଓ ଅଣଶିକ୍ଷକ ସଂଘ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ଅଧ୍ୟାପକ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରସ୍ତାବ ଗୃହିତ ହୋଇଛି। ୨୦୧୪ ଜିଓ ଅନୁଦାନ ନୀତିରୁ ବାଦ ପଡ଼ିଥିବା ତଥା ୨୦୦୮ ଜୁନ୍‌ ୧ରୁ କଲେଜଗୁଡ଼ିକରେ ପରିଚାଳିତ କମିଟି ଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ ଅଣଶିକ୍ଷକଙ୍କ ପାଇଁ କୌଣସି ଅନୁଦାନ ପ୍ରକ୍ରିୟା କରାଯାଇ ନ ଥିବାରୁ ସେମାନେ ଅନୁଦାନରୁ ବଞ୍ଚିତ ହେଉଛନ୍ତି। ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଛି। ଏହି ସମାବେଶରେ ସଂଘର ସଭାପତି ଡ. ନବ କିଶୋର ମିଶ୍ର, ସମ୍ପାଦକ ସତ୍ୟ ନାରାୟଣ ବଗର୍ତ୍ତୀ, କୋଷାଧ୍ୟକ୍ଷ ଶେଖ୍‌ ରିଜଓ୍ଵାନ୍‌ଉଲ୍ଲା, ଆବାହକ ରାଜକିିଶୋର ବାରିକ, ସଂଯୋଜକ ରମେଶ ଚନ୍ଦ୍ର ବେହେରା, ଉପସଭାପତି ସୋନାଲିକା ମହାନ୍ତି, ଶୁଭେନ୍ଦୁ ପଣ୍ଡା, ସୁନିଲ୍‌ କୁମାର ସାହୁ, ଯୁଗ୍ମ ସମ୍ପାଦକ ଇତିଶ୍ରୀ ସୁନ୍ଦରା, ଦିଲ୍ଲୀପ କୁମାର ମହନ୍ତ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର