ଆଜି ବରଗଡ଼ ବନ୍ଦ, ଗାଡି ଚଳାଚଳ ଠପ

ବରଗଡ: ସହରରେ ସିଟି ହସ୍ପିଟାଲ ଦାବିରେ ୪ଦିନ ହେଲା ଚାଲିଥିବା ଆନ୍ଦୋଳନ ଗତକାଲି ବିସ୍ଫୋରକ ରୂପ ନେଇଛି । ଗତକାଲି ପୁଲିସ୍‌-ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବାବେଳେ ଢେଲାମାଡ଼ ମଧ୍ୟ କରାଯାଇଥିଲା । ଏପରିକି, ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଆନ୍ଦୋଳନକାରୀମାନେ ୮ ଘଣ୍ଟା ଘେରିଥିଲେ । ଆଜି ଏକତା ମଂଚ ପକ୍ଷରୁ ବରଗଡ ବନ୍ଦ ଡାକରା ଦିଆଯାଇଛି । ସହରରେ ଥିବା ଦୋକାନ ବଜାର ବନ୍ଦ ରହିଥିବାବେଳେ କାଁ ଭାଁ ଦୁଇ ଚକିଆ ଗାଡି ଚାଲୁଥିବାର ଦେଖିବାକୁ ମିଳିଛି |

ବରଗଡ ଜିଲ୍ଲା ହସ୍ପିଟାଲକୁ ଟୁକୁର୍ଲ୍ଲା ସ୍ଥାନାନ୍ତର କରିବା ପରେ ସହର ଭିତରେ ଏକ ସିଟି ହସ୍ପିଟାଲ ପାଇଁ ଦାବି କରି ସହରବାସୀ ଆନ୍ଦୋଳନ କରୁଛନ୍ତି । ହେଲେ ଏନେଇ କୌଣସି ନିଷ୍ପତ୍ତି ହୋଇୁପାରୁନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ସହରବାସୀଙ୍କୁ ଚିକିତ୍ସା ଯୋଗାଇ ଦେବା ଦାବି ଆନ୍ଦୋଳନର ରୂପ ନେଇଛି ।

ବରଗଡ ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ଆଲଗା ଅଲଗା ଦୁଇଟି ସ୍ଥାନରେ ଧାରଣା ଦେଇ ଦାବି ଉପସ୍ଥାପନ କରାଯାଇଥିଲା । ନିଜ ନିଜ ଅଂଚଳରେ ପ୍ରବେଶପଥକୁ ଅବରୋଧ କରି ଜନସାଧାରଣ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି । ଏପଟେ କିନ୍ତୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ପରେ ପୁରୁଣା ଡାକ୍ତରଖାନାକୁ ପିଏଚସି ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର