ଆରଟିଓ ଅଫିସକୁ ଛାଡ଼ି ବରଗଡ଼ ଜିଲ୍ଲାର ଅନ୍ୟ ସମସ୍ତ ସରକାରୀ ଅଫିସ ବନ୍ଦ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲ୍ଲା ଓକିଲ ସଂଘର ପଦକ୍ଷେପ

ବରଗଡ଼ :ବରଗଡ଼ ଜିଲ୍ଲା ଓକିଲ ସଂଘ ଆଜି ଜିଲ୍ଲାରେ ଥିବା ସମସ୍ତ ରାଜସ୍ବ ବିଭାଗର କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିଥିବା ଜଣାଯାଇଛି।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଏଭଳି ପଦକ୍ଷେପ ନେଇଛି ବରଗଡ଼ ଜିଲ୍ଲା ଓକିଲ ସଂଘ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତକାଲିଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି।

ଗତକାଲି କେବଳ ଅଦାଲତ ବନ୍ଦ ରହିଥିଲା ଏବଂ ଓକିଲମାନେ କାର୍ଯ୍ୟବନ୍ଦ କରିଥିଲେ। ହେଲେ ଆଜି ଆରଟିଓ ଅଫିସକୁ ଛାଡ଼ି ଜିଲ୍ଲାର ସମସ୍ତ ସରକାରୀ ଅଫିସ ବନ୍ଦ ରହିଥିବା ଜଣାଯାଇଛି । ଏପରିକି ଜିଲ୍ଲାପାଳଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ ପଡ଼ିନଥିବା ଜଣାଯାଇଛି । ତେବେ ଜିଲ୍ଲାରେ ଗାଡ଼ି ଚଳାଚଳ ଅବ୍ୟାହତ ରହିଛି।

Image result for collectorate bargarh odisha
photo- source-nic odisha

ଆଜିଠାରୁ ଆସନ୍ତା ୩୦ ତାରିଖଯାଏଁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଅର୍ଥନୈତିକ ଅବରୋଧ ଚାଲିବ । ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସମ୍ବନ୍ଧିତ ଖବର