ଜିଲ୍ଲା ମାନ୍ୟତା ଦାବି : ଟିଟିଲାଗଡ଼ ବନ୍ଦ ଶାନ୍ତିପୂର୍ଣ୍ଣ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ତକୁ ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ବନ୍ଦ ପାଳନ କରାଯାଇଥିଲା। ୧୨ ଘଣ୍ଟିଆ ବନ୍ଦ ଯୋଗୁଁ ଯାତ୍ରୀବାହୀ ବସ ସମେତ ସମସ୍ତ ପ୍ରକାର ଯାନବାହନ, ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା। ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆବାହକ ତଥା ଟିଟିଲାଗଡ଼ ବାର ଏସୋସିଏସନ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଆଇନଜୀବୀମାନେ କୋର୍ଟ ପ୍ରବେଶ ପଥ ଅବରୋଧ କରିଥିଲେ। ଶହ ଶହ ସ˚ଖ୍ୟାରେ ବୁଦ୍ଧିଜୀବୀ, ଶିକ୍ଷାବିତ, ସ˚ଗଠକ, ଛାତ୍ର, ଯୁବ ଗୋଷ୍ଠୀ ବନ୍ଦ ସମର୍ଥନରେ ରାସ୍ତାକୁ ଓହ୍ଲାଇଥିଲେ।

ସମ୍ବନ୍ଧିତ ଖବର