ରେଭେନ୍ସାରେ ଅଘଟଣ : ଛାତରୁ ଖସି ଦୃଷ୍ଟିବାଧିତ ପିଏଚ୍‌ଡି ଛାତ୍ର ମୃତ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିୟୁ ହଷ୍ଟେଲ୍ ଛାତରୁ ଖସି ପଡ଼ି ଜଣେ ଦୃଷ୍ଟିବାଧିତ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ବଲାଙ୍ଗୀର ବ୍ରାହ୍ମଣ ପାଲି ସାହିର ମଧୁ ବାଗଙ୍କ ପୁଅ କୁଷଧର (୨୬)। ସେ ରେଭେନ୍ସ‌ାରେ ରାଜୀନତି ବିଜ୍ଞାନରେ ପିଏଚ୍‌ଡି କରୁଥିଲେ। ଆଜି ସକାଳେ ‌ଅନ୍ତେବାସୀ ମାନେ ହଷ୍ଟେଲ୍ ପଛପଟେ ତାଙ୍କ ମରଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ମାଲଗୋଦମ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁଷଧରଙ୍କ ଶବ ଜବତ୍ କରି କଟକ ବଡ଼ ମେଡିକାଲ୍‌କୁ ପଠାଇଛି। ତେବେ କୁଷଧରଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ, ଆଖିକୁ ଦିଶୁନଥିବାରୁ ସେ ଭୁଲବଶତଃ ଛାତରୁ ଖସିପଡ଼ି ପ୍ରାଣ ହରାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଆସନ୍ତାକାଲି ତାଙ୍କ ପରିବାର ବର୍ଗ ଆସିବା ପରେ କୁଷଧରଙ୍କ ଶବ ହସ୍ତାନ୍ତର କରାଯିବ। କୁଷଧରଙ୍କ ମୃତ୍ୟୁକୁ ମିଶାଇ ଗତ ୧୬ଦିନ ଭିତରେ ରେଭେନ୍ସାରେ ୩ ଛାତ୍ରଙ୍କ ଅକାଳ ବିୟୋଗ ଘଟିଲାଣି।
ଅନ୍ୟପକ୍ଷରେ ଏ ସଂପର୍କରେ ଖବର ପାଇ ଭିନ୍ନକ୍ଷମ କମିସନ ମିନତୀ ବେହେରା ନିୟୁ ହଷ୍ଟେଲ ଆସି ଘଟଣା ସଂପର୍କରେ ଅନ୍ୟ ଅନ୍ତେବାସୀଙ୍କଠାରୁ ପଚାରି ବୁଝିଛନ୍ତି।

ସମ୍ବନ୍ଧିତ ଖବର