ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଗୋପ : ଗୋପ ବଣିଆସାହି ନିକଟରେ ଥିବା କୁଶଭଦ୍ରା ନଦୀରେ ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଯିବାରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ସ୍ଥାନୀୟ ବଣିଆସାହି ଗ୍ରାମର ବରିଷ୍ଠ ଶିକ୍ଷକ ବିଜୟ କୁମାର ନାଗଙ୍କ ପୁଅ ଶୋଭିତ କୁମାର ନାଗ (୧୮)।

ମିଳିଥିବା ସୂଚନା ଅନୁଯାୟୀ, କଲେଜ ଛୁଟି ଥିବାରୁ ଶୋଭିତ ଓ ତାଙ୍କ ସମ୍ପର୍କୀୟ ଭାଇ ଗ୍ରାମୁକୁ ବୁଲିବାକୁ ଆସିଥିଲେ। ଆଜି ସେମାନେ ଗାଁର ଶେଷ ମୁଣ୍ଡରେ ଥିବା କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଶୋଭିତ ପହଁରା ଜାଣି ନ ଥିବାରୁ ନଦୀରେ ବୁଡ଼ି ଯାଇଥିଲେ। ବେଣୀପୁର ଗ୍ରାମର ଜଣାଶୁଣା ନଦୀ ବୁଡ଼ାଳି ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ଶୋଭିତଙ୍କୁ ଉଦ୍ଧାର କରିଥିଲେ। ଗ୍ରାମବାସୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର